Masthead

ଅଖିଳେଶ ଯାଦବଙ୍କୁ ଗଣନା ଜଣା ନାହିଁ: ଯୋଗୀ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ତା’ ପୂର୍ବରୁ ସରଗରମ ହେଉଛି ଜାତୀୟ ରାଜନୀତି । ୨୦୨୨ରେ ୟୁପିରେ ପୁଣି ବିଜେପି ହିଁ ବାଜିମାତ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଯୋଗୀ ଆଦିତ୍ୟନାଥ । ତେବେ ଦୀର୍ଘ ୩୫ ବର୍ଷ ମଧ୍ୟରେ କୌଣସି ରାଜନୈତିକ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶରେ ଶାସନ କରିପାରିନାହିଁ । ପ୍ରତି ୫ ବର୍ଷରେ ସରକାର ବଦଳୁଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ମୁଁ ନିଶ୍ଚିତ ଆସିବି । ମୁଁ ଏଠାରେ ରେକର୍ଡ ଭାଙ୍ଗିବାକୁ ରହିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୩୫୦ରୁ କମ ଆସନ ପାଇବାର କୌଣସି ଆଶଙ୍କା ନାହିଁ ।

ସେପଟେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବି କହିଥିଲେ ଯେ, ତାଙ୍କ ଦଳ ୪୦୦ଟି ଆସନ ଜିତିବ । ଆଉ ଏଥିରେ ପ୍ରତିକ୍ରିୟା ଦେଇ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଅଖିଳେଶ ଗଣତି ଜାଣି ନାହାଁନ୍ତି । ସେ ଭଲ ଭାବେ ଜଣିଛନ୍ତି କିଏ କ୍ଷମତାକୁ ଆସୁଛି । ବିଜେପି ସାଢେ ୪ ବର୍ଷ ମଧ୍ୟରେ ଯେଉଁ ସବୁ ବିକାଶ କରିଛି ତାହା ସପା, ବିଏସପି ଓ କଂଗ୍ରେସ ମିଳିତ ଭାବେ ମଧ୍ୟ କରିପାରିନାହିଁ । ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ର ଧର୍ମ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଜଣେ ସବୁବେଳେ ଦେଶ ପାଇଁ କାମ କରିବା ଉଚିତ୍ । ସରକାରଙ୍କ ସମସ୍ତ ଯୋଜନା ସବୁବେଳେ ସମସ୍ତଙ୍କୁ ଫାଇଦା ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା!