Masthead

ଇଡି ରିମାଣ୍ଡରେ ଅଲ୍‌ ଫଲାହ ପ୍ରତିଷ୍ଠାତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ଅଛି ଫରିଦାବାଦର ଅଲ୍‌ ଫଲାହ ୟୁନିଭର୍ସିଟିଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗିରଫ । ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କଲା ଇଡି । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ୧୩ ଦିନିଆ ଇଡି ରିମାଣ୍ଡରେ ଗଲେ ଅଲ୍‌ ଫଲାହ ପ୍ରତିଷ୍ଠାତା । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଳତାଡ଼ ଓ ଯାଞ୍ଚ ପରେ ମିଳିଥିବା ପ୍ରମାଣକୁ ଆଧାର କରି ଜୱାଦଙ୍କୁ ଗିରଫ କରାଯାଇଛି ।

ଆଜି ସକାଳେ ତାଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ଇଡି । ମନି ଲଣ୍ଡ୍ରିଂରେ ଆସୁଥିବା ଟଙ୍କା ଆତଙ୍କୀ ଗତିବିଧି ଓ ଲାଲକିଲ୍ଲା ବିସ୍ଫୋରଣରେ ନିୟୋଜିତ ହୋଇଥିଲା କି ନାହିଁ ତାହାର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ଯାଞ୍ଚରେ କୋଟିଏ ଟଙ୍କାର ଆର୍ଥିକ ହେରଫେର ମାମଲା ସାମ୍ନାକୁ ଆସିଥିଲା । ୪୮ ଲକ୍ଷରୁ ଅଧିକ ଟଙ୍କା ଓ ଡିଜିଟାଲ ପ୍ରମାଣ ହାସଲ କରିଛି ଇଡି । ଏହି ଚଢ଼ାଉ ସମୟରେ ବିଶ୍ୱବିଦ୍ୟାଳୟରେ ଅନେକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି । ଜୱାଦଙ୍କ ନାଁରେ ଆର୍ଥିକ ହେରଫେରକୁ ମାମଲା ରୁଜୁ କରିଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଅଧିକ ପଚରାଉଚରା ପାଇଁ ହେପାଜତକୁ ନେଲା ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ