Masthead

ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବିଶ୍ୱକୁ ସ୍ତବ୍ଧ କରି ରଖିଛି ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା । ଆଉ ଏକ ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ୧୫୬ଜଣ ବିମାନ ଯାତ୍ରୀ । ପୁଣି ସେହି ଏୟାର ଇଣ୍ଡିଆ ବିମାନ । ଯାହାକି ଯାତ୍ରୀଙ୍କୁ ବେଶ ଡରାଇଦେଇଛି । ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଅଭିମୁଖେ ଏୟାର ଇଣ୍ଡିଆ ଏଆଇ-୩୭୯ ବିମାନ ଭରିଥିଲା ଉଡାଣ । ଗୁଜବ ସୃଷ୍ଟି କାରଣରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।

୨୪ ଘଣ୍ଟା ପୂର୍ବରୁ ବିନାମ ଯାତ୍ରୀଙ୍କ ସହ ଘଟିଥିବା ଘଟଣାକୁ ନେଇ ଝୁରୁଛି ବିଶ୍ୱ ଆଖିରୁ ଲୁହ । ଗତକାଲିର ସେହି ଅଭିଶପ୍ତ ଦିନର କଳାବାଦଲ ଏଯାଏଁ ମନରୁ ଲିଭିନି । ନିରୀହ ଜୀବନ କେତେ ବେଳେ ଟ୍ରେନ୍ ତଳେ ତ ଆଉ କେବେ ବିମାନ ଦୁର୍ଘଟଣାରେ ଜଳି ପୋଡି ଯାଉଛି ଜୀବନ । ଏୟାର ଇଣ୍ଡିଆ ବିମାନ ଏବେ ସାଜିଛି ମୃତୁ୍ୟର ବିମାନ ।

ଆଉ ଆଜି ଏୟାର ଇଣ୍ଡିଆ ବିମାନ ଏଆଇ-୩୭୯ ରେ ବସିଥିବା ୧୫୬ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିର ବୋମା ଥିବା ଧମକ ମିଳିଥିଲା । ତେଣୁ ପାଇଲଟ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଜରୁରୀକାଳୀନ ଅବତରଣ କରିବା ପାଇଁ ନେଇଥିଲେ ନିଷ୍ପତ୍ତି । କିଏ ଏହି ବୋମା ଧମକ ଦେଇଥିଲା ଏଯାଏଁ ହୋଇନି ସ୍ପଷ୍ଟ । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି