Masthead

କଲମ ଛାଡ଼ି ପକୁଡ଼ି ,କାକରା ବିକିଲେ ଅମଲା,

ଦାବି ପୂରଣ ଲାଗି ନିଆରା ଢଙ୍ଗରେ ଆନ୍ଦୋଳନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଦାବି ପୂରଣ ଲାଗି ନିଆରା ଢଙ୍ଗରେ ଆନ୍ଦୋଳନ କରୁଛନ୍ତି ମାଲକାନଗିରି ଜିଲ୍ଲା ଅମଲା ସଂଘ । କେବେ ଝାଡୁ ମାରି ତ କେବେ ରକ୍ତ ଦାନ କରି ଆଉ ଆଜି ରାସ୍ତା କଡରେ ବରା ପକୁଡି ବିକ୍ରି କରି ଆନ୍ଦୋଳନ ଜାରି ରଖିବା ସହ ରାଜ୍ୟ ସରକାରଙ୍କ ପାଖରେ ନିଜର ଦାବି ରଖିଛନ୍ତି ଅମଲା ସଂଘ । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଅମଲା ସଂଘର ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଆଜି ୧୬ ଦିନରେ ପହଞ୍ଚିଛି ମାଲକାନଗିରି ଜିଲ୍ଲା ମିଳିତ ଅମଲା ସଂଘର ଆନ୍ଦୋଳନ । ଗତ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି ଜିଲ୍ଲାର ସମସ୍ତ ୩୬୫ ଜଣ ଅମଲା କର୍ମଚାରି । ଗତ ୧୬ ଦିନ ଧରି କଲମ ଛାଡି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଭାବେ ଧାରଣା ଦେଇଥିବା ବେଳେ ଅମଲା ସଂଘ ଆଜି ଅଭିନବ ଉପାୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବରା ପକୁଡି ବିକ୍ରି କରି ଆନ୍ଦୋଳନ କରୁଛନ୍ତି । ଅମଲା ମାନଙ୍କ ମୂଳ ଦରମା ୯୩୦୦ କରିବା ସହ ଗ୍ରେଡ୍ ପେ ୪୨୦୦ କରିବା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ମାଲକାନଗିରି ଜିଲ୍ଲା ଅମଲା ସଂଘ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ