Masthead

ଜୁନ ୨୦ରୁ ‘ଆଉଟରିଚ୍’ର ଆଙ୍କରିଂ ତାଲିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ଆଉଟରିଚ୍’ ତରଫରୁ ୧୦ ଦିନିଆ ଗ୍ରୀଷ୍ମକାଳୀନ ଆଙ୍କରିଂ ତାଲିମ କାର୍ଯ୍ୟକ୍ରମ ଜୁନ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏକାଦଶଥର ପାଇଁ ଆଯୋଜିତ ହେବାକୁ ଯାଉଥିବା ଏହି ଟ୍ରେନିଂ ଏଥର ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ । ମିଡିଆରେ କ୍ୟାରିୟର କରିବାକୁ ଚାହୁଁଥିବା ଓ ନୂଆ କରି କ୍ୟାରିୟର ଗଢୁଥିବା ବ୍ୟକ୍ତି ଏଥିରେ ଭାଗନେଇ ପାରିବେ । ଏହି ଟ୍ରେନିଂରେ କର୍ମଶାଳାରେ ରେଡିଓ, ଟେଲିଭିଜନ ଓ ଅନ୍ୟ ଷ୍ଟେଜ ଆଙ୍କରିଂ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହାଛଡା ରିପୋଟିଂ ଭଏସଓଭର ଆଦି ବିଭିନ୍ନ ବିଷୟରେ ତାଲିମ ଦିଆଯିବ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ । ଏଥିରେ ସାମିଲ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମରେ ମ୍ୟଟ୍ରିକ ହୋଇଥିବା ଆବଶ୍ୟକ । ଏଥିରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କୌଣଷି ନିଦ୍ଦିଷ୍ଟ ବୟସସୀମା ନାହିଁ ।

ଦେଶର ଜଣାଶୁଣା ସାମ୍ବାଦିକ, ନ୍ୟୁଜ ଆଙ୍କର, ରେଡିଓ ଜକି ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇ ଟ୍ରେନିଂ ପ୍ରଦାନ କରିବେ । କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବା ବ୍ୟକ୍ତି ମୋ:୭୬୮୩୮୭୦୮୧୩ ରେ ଯୋଗାଯୋଗ କରବାକୁ ଆୟୋଜକ ସଂସ୍ଥା ‘ଆଉଟରିଚ୍’ ପକ୍ଷରୁ ସୂଚନା । ଗତ ପାଞ୍ଚବର୍ଷରେ ‘ଆଉଟରିଚ’ ଏହିଭଳି ୧୦ଟି ଟ୍ରେନିଂ ଆୟୋଜନ କରିସାରିଛି । ପୂର୍ବରୁ ଏଥିରେ ଶହଶହ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଯୁବବର୍ଗଙ୍କୁ ମିଡିଆରେ କ୍ୟାରିୟର ଗଢ଼ିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ‘ଆଉଟରିଚ’ ନିୟମିତ ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ବୋଲି ସଂସ୍ଥାର ମୁଖ୍ୟ ସୁବ୍ରତ କୁମାର ପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ