Masthead

ଆଜି ଶାହଙ୍କୁ ଭେଟିବେ ଅମରିନ୍ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଣଙ୍କନ ଅମରିନ୍ଦର ସିଂ ୩ କୃଷି ଆଇନର ସମାଧାନ ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି । ଆଜି ଏନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ବୈଠକରେ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଶେଷ କରିବା ନେଇ ଆଲୋଚନା କରିବେ । ତେବେ ବୈଠକରେ କୃଷି ବିଶେଷଜ୍ଞ ତଥା ପଞ୍ଜାବର କିଛି କୃଷକ ମାନେ ମଧ୍ୟ ଉପସ୍ଥିତ ରହିବେ ।

ଚାଷୀ ନେତା ଓ କୃଷକ ମାନଙ୍କ ମଧ୍ୟରେ ୧୧ ରାଉଣ୍ଡ ବୈଠକ ହୋଇ ସରିଛି । କିନ୍ତୁ ସରକାର ଓ ଚାଷୀ ଉଭୟ ଉଭୟଙ୍କ ଜିଦରେ ଅଟଳ ରହିଥିବାରୁ ଆଉ ବୈଠକ ହୋଇ ପାରନି । ତେବେ ଆଜି ଗୃହମନ୍ତ୍ରୀଙ୍କ ସହ କୃାପଟେନଙ୍କ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଇଛି ।

ମଙ୍ଗଳବାର ଚଣ୍ଡିଗଡ଼ର ଏକ ହୋଟେଲରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କ୍ୟାପଟେନ କହିଥିଲେ ଯେ, କୃଷକଙ୍କ ଆନ୍ଦୋଳନର ସମାଧାନ ପାଇଁ କୌଣସି ପୂର୍ବ ନିର୍ଦ୍ଧାରିତ ସୂତ୍ର ହୋଇପାରିବ ନାହିଁ, ଉଭୟ କେନ୍ଦ୍ର ସରକାର ଏବଂ କୃଷକମାନେ ବର୍ତ୍ତମାନ କୃଷି ଆଇନରୁ ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ଚାହୁଁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏପର୍ୟ୍ୟନ୍ତ କୌଣସି କୃଷକ ନେତାଙ୍କୁ ଭେଟିନାହାଁନ୍ତି।

ଏହା ପଛର କାରଣ ହେଉଛି ଯେ ଚାଷୀମାନେ ଚାହୁଁ ନାହାଁନ୍ତି ଯେ କୌଣସି ରାଜନେତା ସେମାନଙ୍କ ଆନ୍ଦୋଳନରେ ଜଡିତ ହୁଅନ୍ତୁ। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା