Masthead

ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ରୋମାଞ୍ଚକର ଫାଇନାଲରେ ଇରାନକୁ ୩୭-୩୪ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଭାରତୀୟ ମହିଳା କବାଡ଼ି Uòcþ । ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ କରି ଅଗ୍ରଣୀ ହାସଲ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨୨-୧୬ରେ ଆଗୁଆ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଇରାନ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା । ଇରାନ ଦ୍ୱିତୀୟାର୍ଦ୍ଧରେ ୧୮ ପଏଣ୍ଟ ହାସଲ କରିଥିବାବେଳେ ଭାରତ ୧୫ ପଏଣ୍ଟ ପାଇଥିଲା । ତେବେ ପ୍ରଥମାର୍ଦ୍ଧର ଅଗ୍ରଣୀ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଶେଷ ପର୍ୟ୍ୟନ୍ତ ଚାପରେ ନପଡ଼ି ଭାରତ ୩ ପଏଣ୍ଟ ବ୍ୟବଧାନରେ ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲା ।

ଏମିତି ଥିଲା ଫାଇନାଲ ମ୍ୟାଚ୍

ମ୍ୟାଚ୍ ଆରମ୍ଭରେ ଭାରତକୁ କିଛିଟା ସଂଘର୍ଷ କରିବାକୁ ପଡ଼ିଥିଲା । ଏହାପରେ ସଞ୍ଜୁ ଲଗାତାର ଦୁଇଟି ରେଡ୍ କରି ଭାରତକୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଦେଇଥିଲେ । ଇରାନର ଜାହ୍ରା କରିମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଟ୍ୟାକଲ୍ କରି ନିଜ ଦଳକୁ ମ୍ୟାଚ୍‌ରେ ରଖିଥିଲେ । ଏହାପରେ ଭାରତ ଏକ ବୋନସ୍ ପଏଣ୍ଟ ହାସଲ କରି ନିଜ ଅଗ୍ରଣୀକୁ ମଜବୁତ କରିଥିଲା । ଇରାନ ଏକ ଅଲଆଉଟ୍ ହାସଲ କରିବା ପରେ ମ୍ୟାଚ୍‌ରେ ପୁଣି ରୋମାଞ୍ଚ ବଢ଼ିଥିଲା । ମାଦାଦି ଆଉ ଦୁଇଟି ପଏଣ୍ଟ ହାସଲ କରିବା ପରେ ଭାରତର ଅଗ୍ରଣୀ ୨୭-୨୬କୁ ଖସିଆସିଥିଲା ।

ତେବେ ଏହାପରେ ଭାରତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା । ସଞ୍ଜୁଙ୍କ ଦୁଇଟି ଚମତ୍କାର ରେଡ୍ ଏବଂ ପୁଷ୍ପାଙ୍କ ଗୁରୁତ୍ୱପୂର୍ଣ୍ଣ ଟ୍ୟାକଲ୍ ଭାରତକୁ ପୁଣି ମଜବୁତ ସ୍ଥିତିକୁ ନେଇଥିଲା । ଭାରତ ୩୪-୨୮ରେ ୬ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲା । ଶେଷରେ ଏହି ଅଗ୍ରଣୀକୁ ବଜାୟ ରଖି ଭାରତ ୩୭-୩୪ରେ ବିଜୟୀ ହୋଇଥିଲା । ବିଜୟ ପରେ ଭାରତୀୟ ଖେଳାଳିମାନେ ଅରେନାରେ ବିଜୟ ଉତ୍ସବ ପାଳନ କରିବା ସହ ‘ବନ୍ଦେ ମାତରମ୍’ ଧ୍ୱନି ଦେଇଥିଲେ । ବର୍ତ୍ତମାନ ଏସିଆନ୍ ଗେମ୍ସରେ ଭାରତକୁ ମୋଟ ୩ଟି ସ୍ୱର୍ଣ୍ଣ ପଦକ ମିଳିଛି ।

୨୦୧୮କୁ ଛାଡ଼ି ପ୍ରତିଥର ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କବାଡ଼ି ଦଳର ଏହି ସ୍ୱର୍ଣ୍ଣ ବିଜୟ ଦଳର ଦୀର୍ଘ ଦିନର ପ୍ରଭାବଶାଳୀ ରେକର୍ଡକୁ ଆହୁରି ମଜବୁତ କରିଛି । ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାକୁ ଛାଡ଼ି ପ୍ରତ୍ୟେକ ସଂସ୍କରଣରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ୨୦୧୮ରେ ଫାଇନାଲରେ ଇରାନଠାରୁ ହାରି ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ସେହିପରି ଭାରତୀୟ ପୁରୁଷ କବାଡ଼ି ଦଳ ମଧ୍ୟ ଏସୀୟ କ୍ରୀଡ଼ାରେ ଦମଦାର ରେକର୍ଡ ରଖିଛି । ୨୦୧୮ ଜାକର୍ତ୍ତା ଗେମ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନ ରୋକିଥିଲା ଇରାନ । ତେବେ ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ଭାରତ ପୁଣିଥରେ ପୁରୁଷ କବାଡ଼ିରେ ସ୍ୱର୍ଣ୍ଣ ଜିତିଥିଲା । ଏବେ ମହିଳା ଦଳ ଇରାନକୁ ହରାଇ ସ୍ୱର୍ଣ୍ଣ ଜିତିଥିବାବେଳେ ପୁରୁଷ ଦଳ ମଧ୍ୟ ଇରାନ ବିପକ୍ଷରେ ଫାଇନାଲ ଖେଳିବାକୁ ପ୍ରସ୍ତୁତ । ଫଳରେ ଭାରତୀୟ କବାଡ଼ି ପାଇଁ ଏହି ଏସୀୟ କ୍ରୀଡ଼ା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ