Masthead

ମିସାଇଲ ମାରି ଗୁଇନ୍ଦା ବେଲୁନ ଖସାଇଲା ଆମେରିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ । ସ୍ପାଏ ବେଲୁନକୁ ମିସାଇଲ ମାରି ଖସାଇଲା ଆମେରିକା । ସପ୍ତାହେ ପୂର୍ବରୁ ଆମେରିକା ଆକାଶରେ ଦେଖା ଦେଇଥିବା ପର୍ଯ୍ୟବେକ୍ଷଣକାରୀ ବେଲୁନଟି ଉତ୍ତର ଆମେରିକାର ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳୀଗୁଡିକୁ ପର୍ଯ୍ୟବେକ୍ଷଣ କରୁଥିଲା । ଏନେଇ ସୂଚନା ଦେଇଛି ଆମେରିକା । ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ବାଇଡେନ୍‌ ଆଦେଶ ଦେଇଥିଲେ । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଂଟିକ ସମୁଦ୍ରରେ ପଡିଛି । ଆମେରିକାର ଏୟାର ଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ ଦେଇଛି । ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଂଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ଉଡାଇ ଦେଇଛି । ଏହି ସ୍ପାଏ ବେଲୁନଟି ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା