Masthead

ତାଲିବାନ ସପକ୍ଷରେ ବାହାରିଲେ ଆଫଗାନ ମହିଳା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ହେବ ତାଲିବାନ ବିରୋଧରେ ମହିଳାମାନେ ପ୍ରଦର୍ଶନ କରୁଥିଲେ । ହେଲେ ବର୍ତ୍ତମାନ ଆଫଗାନିସ୍ତାନର ମହିଳାମାନେ ତାଲିବାନ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳିଥିଲା । ପାଖାପାଖି ୩୦୦ରୁ ଅଧିକ ମହିଳା ତାଲିବାନ ସରକାରଙ୍କ ସମର୍ଥନରେ ରାସ୍ତାରେ ଓହ୍ଲାଇଛନ୍ତି । ସବୁବେଳେ ତାଲିବାନ ବିରୋଧରେ ମହିଳାମାନେ ରାସ୍ତାକୁ ଓହ୍ଲାଉଥିବା ବେଳେ ପ୍ରଥମଥର ପାଇଁ ତାଲିବାନ ସପକ୍ଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ । ବୁର୍ଖା ପିନ୍ଧି ମହିଳାମାନେ ରାଜରାସ୍ତାରେ ତାଲିବାନ ସପକ୍ଷରେ ବାହାରିଥିଲେ ।

ତେବେ ସହିଦ ରବାନି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି ସମାବେଶରେ ମହିଳାମାନେ ଏକାଧିକ ତାଲିବାନୀ ପତାକା ଧରିଥିଲେ । ଦୁଇ ପାଶ୍ୱର୍ରେ ବିଶାଳ ତାଲିବାନ ପତାକା ଲାଗିଥିବା ‘ପୋଡ଼ିୟମ’ରେ ମହିଳା ବକ୍ତାମାନେ ନିକଟ ଅତୀତରେ ସମଗ୍ର ଆଫଗାନିସ୍ତାନରେ ପ୍ରତିବାଦ କରିଥିବା ମହିଳାମାନଙ୍କୁ ସମାଲୋଚନା କରିଥିଲେ । ଏଘଟଣା ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହାର ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା