Masthead

ଅସୁସ୍ଥ ଅବସ୍ଥାରେ ଗିରଫ ହେଲେ ଜେଇ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଗଏଘଜଏଇ ସମ୍ବୋନ୍ଧୀୟ ଏକ ବିଲ କରିବା ପାଇଁ ୨୫୦୦୦ ଟଙ୍କା ଲାଞ୍ଚ ନେବା ସମୟ ରେ ଭିଜିଲାନ୍ସ ଦ୍ୱାରା ଗିରଫ । ରାୟଗଡା ସ୍ଥିତ ବାସଭବନ ରୁ ଗିରଫ କଲା ଭିଜିଲାନ୍ସର ୧୫ଜଣିଆ ଟିମ । ଗିରଫ ହେବା ପରେ ଶରୀର ଅସୁସ୍ଥ ହେବାରୁ ଚିକିତ୍ସାଳୟରେ ଭର୍ତ୍ତି। ଚିକିତ୍ସାଳୟରୁ ଆସିବା ପରେ ଗତକାଲି ବିଳମ୍ବିତ ରାତିରେ ତଦନ୍ତ ସାରି ଗିରଫ କରିଛି ଭିଜିଲାନ୍ସ।

ନଗଦ ୧୪ଲକ୍ଷ ୮୧ ହଜାର ଟଙ୍କା ଘରୁ ଜବତ କରିଥିବା ବେଳେ ଅନ୍ୟ ସବୁ ତଦନ୍ତ ଚାଲିଥିବା ଜଣାପଡିଛି। ମାଣ୍ଡିବିଶି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଗାଁ ଜଲାକୁରା ଗ୍ରାମର ଗାଁ ସାଥି କ୍ଷେତ୍ର ମାଝୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଆଜି ଧରାପଡିଲେ। ଡିଏଫଓ ଅଫିସ ନିକଟସ୍ଥ ନିଜ ବାସଭବନରେ ଗାଁ ସାଥିଙ୍କ ଠାରୁ ନଗଦ ଅର୍ଥ ନେବାବେଳେ ଭିଜିଲାନ୍ସ ବିଭାଗ ତରଫରୁ ଧରାଯାଇଛି।

ଗତକାଲି ଠାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଏସପି ଅରୁଣ କୁମାର ନାୟକ, ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ୱରେ ଭିଜିଲାନ୍ସର ୧୫ଜଣିଆ ଟିମ ଜାଲ ବିଛାଇ ଥିଲେ। ସନ୍ଧ୍ୟା ୪.୧୫ ଘଣ୍ଟା ସମୟରେ ନିଜ ଘର ଅଫିସ ଚାମ୍ବରରେ ଟଙ୍କା ନେଉଥିବା ବେଳେ ଭିଜିଲାନସ୍ ଟିମ୍ ମାଡି ବସିଥିଲା । ସେହି ସମୟରେ ତାଙ୍କ ଦେହ ଅସୁସ୍ଥ ବୋଲି କହିବାରୁ ତାଙ୍କୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଂଶୁଘାତ କକ୍ଷରେ ଭର୍ତ୍ତି କରଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ