Masthead

ଏନସିବି ଅଫିସରେ ପହଞ୍ଚିଲେ ଅନନ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ)   ଏନସିବିରେ ହାଜର ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା । ଆର୍ୟନ ଖାନ୍ ଡ୍ରଗ୍ସ କେସରେ ତାଙ୍କୁ ଆଜି ଏନସିବି ସମନ କରିଥିଲା । ଅଧିକ ପଚରାଉଚରା ପାଇଁ ମଧ୍ୟ ଡାକି ଥିଲା । ପୂର୍ବରୁ ମଧ୍ୟ ଏନସିବି ତାଙ୍କ ଘରକୁ ଯାଇଥିଲା । ସମନ ପରେ ଅନନ୍ୟା ତାଙ୍କ ବାପାଙ୍କ ସହ ଏନସିବି ଅଫିସ ଯାଇଛନ୍ତି ।

ତେବେ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ’ଣ ସମ୍ପୃକ୍ତି ରହିଛି, ସେ ନେଇ ଏନସିବି ଅଧିକ ଖୋଳତାଡ କରୁଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବିର ସମନ ପରେ ତାଙ୍କ ପିତା ଚଙ୍କି ପାଣ୍ଡେ ଲିଗାଲ କାଉଂସିଲିଂ ଖୋଜୁଥିବା ଜଣାପଡିଛି । ତେବେ ଆଜି ସକାଳେ ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଘରେ ଏନସିବି ଚଢାଉ କରିଥିଲା । ଆଜି ଅପରାହ୍ନ ୨ଟାରେ ଏନସିବି ଅଫିସରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପରେ କଥାବର୍ତ୍ତା ହୋଇଥିଲା । ଯାହା ଏନସିବି ହାତରେ ଲାଗିଥିଲା । ଏ ନେଇ ଏନସିବି ଅନନ୍ୟାଙ୍କ ଘରେ ଚଢାଉ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ