Masthead

ଲାଇଭ ସୋରେ ଦରମା ମାଗିଲେ ଆଙ୍କର

(ବଡ଼ ଖବର ବ୍ୟୁରୋ): ଜାମ୍ବିଆରେ ଏକ ସାଟେଲାଇଟ ନ୍ୟୁଜ ଚ୍ୟାନେଲରେ ଲାଇଭ ଥିବା ସମୟରେ ନିଜ ଦରମା ମାଗିଛନ୍ତି ଜଣେ ଆଙ୍କର । ସରକାରୀ ବା ବେସରକାରୀ ସଂସ୍ଥାରେ ଶ୍ରମ କରିବା ଦ୍ୱାରା ଦରମା ମିଳିଥାଏ । ସରକାରୀ ସଂସ୍ଥାରେ ଦରମା ମିଳିବାରେ ଅସୁବିଧା ହୁଏନି । କିନ୍ତୁ ବେସରକାରୀ ସଂସ୍ଥାରେ ଏହି ଅସୁବିଧା ସାଧାରଣତଃ ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟା ଦେଇ ଗତି କରୁଥିବା ଏହି ଆଙ୍କର ଜଣକ ଲାଇଭ ସୋରେ ଦରମା ମାଗି ମାଲିକଙ୍କୁ ହଟହଟାରେ ପକାଇଛନ୍ତି । ଏହି ଆଙ୍କରଙ୍କ ନାଁ ହେଉଛି କାବିନ୍ଦା କାଲିମିନା । ସେ ପ୍ରଥମେ ସ୍ୱାଭାବିକ ଭାବେ ନ୍ୟୁଜ ପଢ଼ିବା ଆରମ୍ଭ କରିଥିଲେ । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ସ୍କ୍ରପ୍ଟରୁ ବାହାରି ଲାଇଭ ଟିଭିରେ ନିଜର ବକେୟା ଦରମା ଏବଂ ସହକର୍ମୀଙ୍କ ବକେୟା ଦରମା ଦେବାକୁ ଦାବି କରିଥିଲେ । କାବିନ୍ଦା କାଲିମିନା ନ୍ୟୁଜ ପଢିବା ବେଳେ ଲାଇଭ ଟିଭିରେ କହିଥିଲେ, ‘ ଆମେମାନେ ମଣିଷ । ରୋଜଗାର କରିବା ପାଇଁ କାମ କରୁଛେ । ତେଣୁ ଦରମା ପାଇବାକୁ ହକଦାର । କିନ୍ତୁ କଈଘ ନ୍ୟୁଜ ଚ୍ୟାନେଲ ମୋ ଦରମା ଦେଇନାହିଁ କିମ୍ବା ଅନ୍ୟ କର୍ମଚାରୀଙ୍କ ମଧ୍ୟ ଦେଇନାହିଁ ।

ସେରୋନ ଏବଂ ଅନ୍ୟମାନେ ମଧ୍ୟ ଦରମା ପାଇନାହାନ୍ତି, ମୁଁ ମଧ୍ୟ ଦରମା ପାଇନାହିଁ ।’କାଲିମିନାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତାଙ୍କର ଏହି କଥାକୁ ନେଇ କଈଘ ଟିଭି ପକ୍ଷରୁ ମଧ୍ୟ ଏକ ବିବୃତି ପ୍ରକାଶ ପାଇଛି । ଲାଇଭ ଟିଭି ଶୋ ରେ କାଲିମିନାଙ୍କର ଏପରି ବ୍ୟବହାରକୁ ନେଇ ସପୃକ୍ତ ଟିଭି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା । ଏହା ସହିତ କାବିନ୍ଦା କାଲିମିନା ଜଣେ ପାର୍ଟ-ଟାଇମ ସମ୍ବାଦ ପାଠକ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଥିଲା । ଘଟଣାକୁ ନେଇ କଈଘ ଟିଭିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କେନେଡୀ ମାମଓ୍ବେ କହିଛନ୍ତି, ଅଭିଯୋଗ କରିବା ପାଇଁ ପରିଚାଳନା କମିଟି ରହିଛି ଯାହା ମାଧ୍ୟମରେ କର୍ମଚାରୀମାନେ ଅଭିଯୋଗ କରିପାରିବେ ।

ତେବେ ଚ୍ୟାନେଲ ପକ୍ଷରୁ ଏହାର କର୍ମଚାରୀମାନଙ୍କୁ ଦରମା ଦିଆଯାଇଛି କି ନାହିଁ ସେ ନେଇ କୌଣସି ସୂଚନା ଦେଇନାହାନ୍ତି ଉକ୍ତ ସଂସ୍ଥାର କର୍ତ୍ତୃପକ୍ଷ । କିନ୍ତୁ ଗତ ରାତିରେ ଲାଇଭ ସୋ ରେ କାବିନ୍ଦା କାଲିମିନା ଯେଉଁଭଳି ଭାବେ ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାର ତଦନ୍ତ ଜାରି ରହିଛି ଏବଂ ସଂପୃକ୍ତ ସମ୍ବାଦ ପାଠକଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚ୍ୟାନେଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା