Masthead

ପଶୁଙ୍କୁ ବି ହେଉଛି କରୋନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ କବଳରେ ସାରା ଦେଶ । ଆଉ ଏତିକି ବେଳେ ଅନ୍ୟ ଏକ ରିପୋର୍ଟ ସାମ୍ନାକୁ ଆସିଛି । ପଶୁ ମାନଙ୍କୁ ମଧ୍ୟ କରୋନା ବ୍ୟାପୁଥିବା ଜଣାପଡ଼ୁଛି । ଏନେଇ ଏକ ରିପୋର୍ଟ ଜାରି କରିଛି କେନ୍ଦ୍ର ପରିବେଶ ମନ୍ତ୍ରାଳୟ । କରୋନା ଭାଇରସ ଯୋଗୁଁ ଏକ ସିଆଟିକ ସିଂହର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଯାହାର ରିପୋର୍ଟକୁ ଆଧାର କରି ମନ୍ତ୍ରାଳୟ କହିଛି ଯେ, ପଶୁମାନଙ୍କଠାରେ କରୋନା ବ୍ୟାପିବାର ସମ୍ଭାବନା ରହିଛି । ଯେଉଁ କାରଣରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳ ବନ୍ଦ କରିବାକୁ ପରିବେଶ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଗୁଡ଼ିକୁ ପରାମର୍ଶ ଦେଇଛି ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବନ୍ୟପ୍ରାଣୀ ବିଭାଗର ପ୍ରକାଶ ଅନୁଯାୟୀ, ଜାତୀୟ ଉଦ୍ୟାନ ତଥା ସଂରକ୍ଷିତ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଉଦ୍ୟାନ ଓ ଏହାର ଆଖପାଖରେ ରହୁଥିବା କର୍ମଚାରୀ ଓ ଗ୍ରାମବାସୀଙ୍କୁ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ସର୍ତ୍ତକୁ ବଜାୟ ରଖିବାକୁ ମନ୍ତ୍ରଣାଳୟ ଅନୁରୋଧ ବି କରିଛି । ସେହିପରି ପଶୁମାନଙ୍କ ଠାରେ ଭାଇରସ ବିସ୍ତାରକୁ ରୋକିବାକୁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପଶୁମାନଙ୍କୁ ସମସ୍ତ ଜରୁରୀକାଳୀନ ଚିକିତ୍ସା, ସେମାନଙ୍କ ବାସସ୍ଥାନକୁ ନିରାପଦ ରଖିବା ଭଳି ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’