Masthead

ଆଇଆଇସିଙ୍କୁ ପିଟିଲେ ଲୋକେ

ସୋରୋ (ବଡ଼ ଖବର ବ୍ୟୁରୋ): ଆଇଆଇସିଙ୍କୁ ପିଟିଲେ ଲୋକେ । ସୋର କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତିତର୍କ ପରେ ମାଡ଼ । ରାସ୍ତା ଅବରୋଧ କରି ଖେଳ ଦେଖୁଥିଲେ ଲୋକେ । ଆଇଆଇସି ବାରଣ କରିବାକୁ ମାଡ଼ ମାରିଥିବା ଅଭିଯୋଗ । ଗତକାଲି ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଥିବାରୁ ଲୋକମାନେ ରାସ୍ତା ଅବରୋଧ କରି ପ୍ରୋଜେକ୍ଟର ଲଗେଇ କ୍ରିକେଟ ମ୍ୟାଚ ଦେଖୁଥିଲେ ।

ସୋର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ରାସ୍ତା ଅବରୋଧ କାହିଁକି କରି କ୍ରିକେଟ ମ୍ୟାଚ ଦେଖୁଛ ବୋଲି ପଚାରିବାରୁ କ୍ରିକେଟ ମ୍ୟାଚ ଦେଖୁଥିବା ଲୋକମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ସୋର ପୋଲିସକୁ ନାନାପ୍ରକାର ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ସୋର ଥାନା ଅଧିକାରୀଙ୍କୁ ମାଡ ମାରିବାକୁ ପଛେଇ ନଥିଲେ । ଫଳରେ ସୋର ପୋଲିସ ରାଗିଯାଇ କ୍ରିକେଟ ମ୍ୟାଚ ଦେଖୁଥିବା ଲୋକଙ୍କୁ ବିଚ୍ ରାସ୍ତା ଉପରେ ଘୋଷାରି ନିସ୍ତୁକ ମାଡ଼ ମାରିଥିଲା । କ୍ରିକେଟ ଖେଳ ଦେଖୁଥିବା ଲୋକଙ୍କୁ ମଧ୍ୟରୁ ୫ଜଣଙ୍କୁ ସୋର ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ସୋରରେ ଆଇନ ଶୃଙ୍ଖଳା ପରିସ୍ଥିତି ଚରମସୀମାରେ ପହଂଚି ସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା