Masthead

ତୁର୍କୀରେ ପୁଣି ଭୂମିକମ୍ପ ଝଟକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଥରିଲା ତୁର୍କୀ । ତୁର୍କୀରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ସିସ୍ମୋଲୋଜିକାଲ ସେଣ୍ଟର ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ଏପର୍ୟ୍ୟନ୍ତ ମିଳିନାହିଁ । ୬ ଫେବୃଆରୀରେ ହୋଇଥିବା ତୁର୍କୀ ଓ ସିରିଆ ଭୂମିକମ୍ପରେ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା ।

ବର୍ତ୍ତମାନସୁଦ୍ଧା ୪୬ ହଜାର ପାର କରିଛି ମୃତ୍ୟୁସଂଖ୍ୟା । ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପ ପରେ ସାରା ବିଶ୍ୱର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଛନ୍ତି । ଭଗ୍ନାବଶେଷ ତଳୁ ଏବେବି ମୃତଦେହ ଉଦ୍ଧାର କାର୍ଯ୍ୟ ଯାରି ରହିଛି । କେବଳ ତୁର୍କୀରେ ମୃତକଙ୍କ ସଂଖ୍ୟା ୪୦,୬୪୨ ଥିବା ବେଳେ ସିରିଆରେ ମୃତକଙ୍କ ସଂଖ୍ୟା ୫,୮୦୦ରେ ପହଞ୍ଚିଲାଣି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତୁର୍କୀ ଓ ସିରିଆରେ ୨୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଥିବା ବେଳେ ଏବେ ଆଶ୍ରୟସ୍ଥଳରେ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି