ତୁର୍କୀରେ ପୁଣି ଭୂମିକମ୍ପ ଝଟକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଥରିଲା ତୁର୍କୀ । ତୁର୍କୀରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ସିସ୍ମୋଲୋଜିକାଲ ସେଣ୍ଟର ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ଏପର୍ୟ୍ୟନ୍ତ ମିଳିନାହିଁ । ୬ ଫେବୃଆରୀରେ ହୋଇଥିବା ତୁର୍କୀ ଓ ସିରିଆ ଭୂମିକମ୍ପରେ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା ।

ବର୍ତ୍ତମାନସୁଦ୍ଧା ୪୬ ହଜାର ପାର କରିଛି ମୃତ୍ୟୁସଂଖ୍ୟା । ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପ ପରେ ସାରା ବିଶ୍ୱର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଛନ୍ତି । ଭଗ୍ନାବଶେଷ ତଳୁ ଏବେବି ମୃତଦେହ ଉଦ୍ଧାର କାର୍ଯ୍ୟ ଯାରି ରହିଛି । କେବଳ ତୁର୍କୀରେ ମୃତକଙ୍କ ସଂଖ୍ୟା ୪୦,୬୪୨ ଥିବା ବେଳେ ସିରିଆରେ ମୃତକଙ୍କ ସଂଖ୍ୟା ୫,୮୦୦ରେ ପହଞ୍ଚିଲାଣି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତୁର୍କୀ ଓ ସିରିଆରେ ୨୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଥିବା ବେଳେ ଏବେ ଆଶ୍ରୟସ୍ଥଳରେ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’