Masthead

ମୋ ପାଇଁ ହାଇକୋର୍ଟ ଓକିଲ ନିଯୁକ୍ତି କରୁ-ଅଞ୍ଜନା

କଟକ(ବଡ଼ ଖବର) : ଆର୍ଥିକ ସ୍ଥିତି ଭଲ ନଥିବା କହି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଅଞ୍ଜନା । ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଞ୍ଜନାଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ସରକାରୀ ଓକିଲ ନିଯୁକ୍ତି ଦେବାକୁ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ଅଞ୍ଜନା । ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା କାରଣରୁ ସେ ଏହି ଚିଠି ଲେଖିଛନ୍ତି ।ଦୀର୍ଘ ୨୨ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଧରା ପଡିଥିଲା ।

ଏହି ମାମଲାର ଅଧିକ ତଦନ୍ତ କରିବା ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅଞ୍ଜନା ତାଙ୍କ ଚିଠିରେ ନିବେଦନ କରିଛନ୍ତି । ୨୨ବର୍ଷ ତଳେ ଘଟିଥିଲା ବହୁ ଚର୍ଚ୍ଚିତ ଅଞ୍ଜନା ଗଣ ଦୁଷ୍କର୍ମ ମାମଲା । ସେତେବେଳ ଓଡିଶା ରାଜନୀତିକୁ ଦୋହଲାଇ ଦେଇଥିଲା ଏହି ଘଟଣା । ତିନି ଦୁର୍ବୁତ୍ତ ଅଞ୍ଜନା ମିଶ୍ରଙ୍କୁ ଦୁଷ୍କର୍ମ କରିଥିଲେ । ଏଥିରେ ଦୁଇଜଣଙ୍କୁ ଘଟଣାର କିଛିଦିନ ପରେ ଗିରଫ କରାଯାଇଥିଲା । କିନ୍ତୁ ମୂଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ହୋଇଯାଇଥିଲା ।

୨୨ବର୍ଷ କାଳ ସେ ପୁନେରେ ପରିଚୟ ବଦଳାଇ ଲୁଚି ରହିଥିଲା । ତେବେ କମିଶନେରଟ ପୋଲିସ ବିବନକୁ କିଛିଦିନ ତଳେ ପୁନେରୁ ଗିରଫ କରି ଓଡିଶା ଆଣିଛି । ସେତେବେଳର ଏହି ଲୋମହର୍ଷଣକାରୀ ଘଟଣା ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଭାଙ୍ଗିଥିଲା । ସେବେଠାରୁ ରାଜ୍ୟରେ କଂଗ୍ରେସ କ୍ଷମତାଠାରୁ ବହୁ ଦୂରରେ ରହିଛି ।
ବହୁ ଦୂରରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ