Masthead

ବନ୍ଦ ହୋଇପାରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଦେଶରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଆର୍ଥିକ ସଙ୍କଟ ଯୋଗୁ ଗୋ ଫାଷ୍ଟ ଏୟାରଲାଇନ ବୁଧବାର ଓ ଗୁରୁବାର ଏହାର ବିମାନ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଇଞ୍ଜିନ ନିର୍ମାଣକାରୀ ସଂସ୍ଥା ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନେରୁ ସ୍ପେୟାର ଇଞ୍ଜିନ ନ ମିଳିବାରୁ ଉକ୍ତ ଏୟାରଲାଇନ୍ସର ମାତ୍ର ୫୦ ପ୍ରତିଶତ ବିମାନ ଉଡ଼ାଣ କରୁଛି।

ଉଡ଼ାଣ ବନ୍ଦ ଘୋଷଣା ପରେ ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ଗୋ ଫାଷ୍ଟକୁ ନୋଟିସ ଦେଇଛି। ବିମାନ ବାତିଲ ପୂର୍ବରୁ ସୂଚନା ଦେଇ ନ ଥିବାରୁ ଉକ୍ତ କମ୍ପାନୀକୁ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଉଛି। ସେପଟେ ଏପରି ସ୍ଥିତିରେ ଯେଉଁ ବିମାନ ଯାତ୍ରୀ ଏହି ଦୁଇ ଦିନ ପାଇଁ କମ୍ପାନୀର ଟିକେଟ ବୁକ୍ କରାଇଛନ୍ତି ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ବେସାମରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସରକାର ସଂକଟଗ୍ରସ୍ତ ଗୋ ଫାର୍ଷ୍ଟ ଏୟାରଲାଇନର ସବୁ ପ୍ରକାର ସହାୟତା କରିବେ ।ସେ କହିଛନ୍ତି ଯେ ସରକାର ସବୁ ପ୍ରକାର ସହାୟତା କରୁଛନ୍ତି, ଏବଂ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ