Masthead

ବିୟର ପିଉଛନ୍ତି କି, ଖାଲିହେବ ପର୍ସ..ଆସ୍କା-୪୦ ବଢିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଦୁଆଙ୍କ ମୁଣ୍ଡ ଗୋଲ । ପର୍ସ ଖାଲି କରି ମଦ କିଣୁଥିଲେ । ହେଲେ ରାଜ୍ୟ ଅବକାରୀ ବିଭାଗ ଏବେ ଟେନସନ ଦେଇଛି । କାରଣ ମଦର ଦାମ ଏବେ ବଢିଛି । କମ ଟଙ୍କାରେ ମଦୁଆଙ୍କୁ ମତୁଆଲା କରୁଥିବା ଆସ୍କା-୪୦ ଦାମ ଏବେ ଉପରମୁହାଁ । ଯେଉଁ ଆସ୍କା-୪୦ କାଚ ବୋତଲ ରେଟ ୬୦ ଟଙ୍କା ଥିଲା ଏବେ ତାହା ୭୦ ଟଙ୍କା କରି ଦେଇଛନ୍ତି ରାଜ୍ୟ ସରକାର । ଖାଲି ଯେ ଆସ୍କା-୪୦ର ଦର ବଢିଛି ତାହା ନୁହେଁ । ଝିମ୍ ଝିମ ନିଶା ଲାଗୁଥିବା ବିୟରର ଦାମ ମଧ୍ୟ ଏହାରି ଭିତରେ ବଢିଛି । ବିୟର ବୋତଲ ପିଛା ମଧ୍ୟ ୧୦ ଟଙ୍କା ବଢାଇ ଦିଆଯାଇଛି । ଡିସେମ୍ବର ୧ରୁ ବର୍ଦ୍ଧିତ ଦାମ ଲାଗୁ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ରାଜ୍ୟସ୍ୱ କ୍ଷତିକୁ ଦେଖି ପ୍ରାଇସ୍ ପ୍ରିକ୍ସେସନ କମିଟି ରିପୋର୍ଟ ଆଧାରରେ ରେଟ୍ ବଢାଯାଇଥିବା କହିଛନ୍ତି ମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ