Masthead

ଜାଗ୍ରତିଙ୍କ ସହ ଫଟୋ ସେୟାର କଲେ ଅନୁଭବ, ଲେଖିଲେ ‘ଆଇ ଲଭ୍ ୟୁ…

ବଡ଼ ଖବର ବ୍ୟୁରୋ: ଓଡିଆ ସିନେ ଜଗତର ମେଗାଷ୍ଟାର ଅନୁଭବ ମହାନ୍ତି ନିଜ ପ୍ରଫେଶନାଲ ଲାଇଫ ସହ ଏବେ ପର୍ଶନାଲ ଲାଇଫ ପାଇଁ ବି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ମ୍ୟାରେଜ୍ ଲାଇଫରେ ସମସ୍ୟା ଦେଖାଯିବା ପରେ ଏବେ ଅନେକ ବିବାଦ ଦେଖାଦେଉଛି ଅନୁଭବ ଓ ପତ୍ନୀ ବର୍ଷାଙ୍କୁ ନେଇ । କିଛି ଫ୍ୟାନ୍ସ ଅନୁଭବଙ୍କୁ ସପୋର୍ଟ କରୁଥିବା ବେଳେ ଆଉ କିଛି ବର୍ଷାଙ୍କ ସପକ୍ଷରେ କହୁଛନ୍ତି । ଏହା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଅନୁଭବଙ୍କୁ ଟ୍ରୋଲ୍ କରୁଛନ୍ତି ୟୁଜର୍ସ । ତେବେ ଏସବୁର ଜବାବ୍ ମଧ୍ୟ ଅନେକ ଥର ଦେଇଛନ୍ତି ଅନୁଭବ । ନିକଟରେ ବି ସେପରି କିଛି ପୋଷ୍ଟ ସେ ସେୟାର କରିଛନ୍ତି ।

ତାଙ୍କ ପୋଷ୍ଟ ଅନୁସାରେ ଯେଉଁମାନେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚା କରୁଛନ୍ତି ସେମାନେ ଯମା ବି ଗିଭ୍ ଅପ୍ କରନ୍ତୁ ନାହିଁ କାହିଁକିନା ଖୁବଶୀଘ୍ର ଏହାର ସଜିନ୍-୨ ଆସୁଛି । ତେବେ ଅନୁଭବଙ୍କର ଏହି ପୋଷ୍ଟ ପରେ ଅନୁମାନ କରାଯାଉଛି ଯେ ହୁଏତ ଆଗକୁ ତାଙ୍କ ଲାଇଫରେ ପୁଣି କିଛି ହେବାକୁ ଯାଉଛି । ଏହା ସହ ସବୁଠାରୁ ଖାସ୍ କଥା ହେଉଛି ଅନୁଭବ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦୁହେଁ ଟେବୁଲ ଉପରେ ଖାଉଥିବାର ନଜର ଆସିଛନ୍ତି । ଏବଂ ଫଟୋ ପୋଷ୍ଟ କରି ଅନୁଭବ ଲେଖିଛନ୍ତି ଯେ ଏହା ସବୁବେଳେ ଜଣେ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କ ସହ ସୁନ୍ଦର ବୈଠକ । ମୋର ପ୍ରିୟ ବନ୍ଧୁ ଜାଗୃତୀ ଶୁକ୍ଲା । ଆଗକୁ ବହୁତ ବାଟ ଯିବାର ଅଛି । ତେବେ ଅନୁଭବଙ୍କର ଏଭଳି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଟିକେ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ତାଙ୍କ ମ୍ୟାରେଜ ଲାଇଫରେ ଆଗକୁ କଣ ହେବ ସେ ନେଇ ଏବେ ଚିନ୍ତାରେ ଫ୍ୟାନ୍ସ ।

ଏହା ସହ ଅନୁଭବ ମଧ୍ୟ ତାଙ୍କ ଇନଷ୍ଟା ଷ୍ଟୋରୀରେ ଜାଗୃତିଙ୍କ ସହ ସେହି ସମାନ ଫଟୋ ସେୟାର କରି ଲେଖିଛନ୍ତି ଯେ ଆଇ ଲଭ୍ ୟୁ ହେଟର୍ସ । ତେବେ ଆଗକୁ ଅନୁଭବଙ୍କ ଲାଇଫରେ କଣ ଘଟୁଛି ତାହା ଦେଖିବାକୁ ବାକି ରହିଲା । କହିବାକୁ ଗଲେ ପୂର୍ବରୁ ଅନୁଭବ ଓ ଜାଗୃତି ଶୁକ୍ଲାଙ୍କ ମ୍ୟାରେଜକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ଶୁଣିବାକୁ ମିଳୁଥିଲା ଯେ ବର୍ଷାଙ୍କୁ ଛାଡପତ୍ର ଦେବା ପରେ ହୁଏତ ଜାଗୃତିଙ୍କୁ ମ୍ୟାରେଜ କରିପାରନ୍ତି ଅନୁଭବ । ଦୁହିଁଙ୍କ ଡେଟିଂ ଖବରକୁ ନେଇ ବି ଅନେକ ଗୁଜବ ଶୁଣିବାକୁ ମିଳିଛି । ତେବେ ଅନୁଭବଙ୍କ ଏପରି ପୋଷ୍ଟ ପରେ ଆଗକୁ ସେ ହୁଏତ ଜାଗୃତି ଶୁକ୍ଲାଙ୍କୁ ମ୍ୟାରେଜ କରିପାରନ୍ତି ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ ।

ଅନୁଭବଙ୍କ ୱାର୍କଫଣ୍ଟ ବିଷୟରେ କହିବାକୁ ଗଲେ ସେ ଅନେକ ଦିନ ହେବ ବଡ ପରଦାରେ ନଜର ଆସି ନାହାଁନ୍ତି । ଶେଷଥର ପାଇଁ ତାଙ୍କୁ ୨୦୧୯ରେ ଫିଲ୍ମ ବିଜୁବାକୁ ରେ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କ ଦମଦାର ଅଭିନୟ ବେଶ୍ ଆକର୍ଷିତ କରିଥିଲା ଦର୍ଶକଙ୍କୁ । ଏହି ଫିଲ୍ମର ବିଗ୍ ସକ୍ସସେସ୍ ପରେ ଅଭିନୟ ଦୁନିଆରୁ ବ୍ରେକ୍ ନେଇଥିଲେ ଅନୁଭବ । ବର୍ତ୍ତମାନ ପୁଣି ଏକ ଦମଦାର ମୁଭି ନେଇ ବ୍ୟାକ୍ କରିବାକୁ ଯାଉଛନ୍ତି ସେ । ଆଗକୁ ଆସିବାକୁ ଯାଉଛି ଅନୁଭବଙ୍କ ଅପକମିଙ୍ଗ ଫିଲ୍ମ ‘ରାବଣ୍’ । ଯାହାର ପୋଷ୍ଟର ନିଜେ ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ବିଗ୍ ବଜେଟ୍ ମୁଭି କୁ ଅଶୋକ ପତି ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ୨୦୨୨ରେ ରିଲିଜ ହେବ ବୋଲି ପୋଷ୍ଟରରୁ ଜଣାପଡିଛି । ତେବେ ବର୍ତ୍ତମାନ ଏହି ମୁଭି ପାଇଁ ଜୋରଦାର ପ୍ରିପେୟାରେଶନ୍ ଆରମ୍ଭ କରି ଦେଇଛନ୍ତି ଅନୁଭବ । ତାଙ୍କର ସବୁ ମୁଭି ଭଳି ଏହି ମୁଭି ମଧ୍ୟ ଓଡିଆ ସିନେ ଜଗତରେ ନିଶ୍ଚୟ ସୁପରହିଟ୍ ହେବ ବୋଲି ଆଶା ରଖିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ