Masthead

ଭାରତରୁ ଚୋରି ହୋଇଥିବା କଳାକୃତି ଫେରାଇବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର କଳାକୃତି ଫେରାଇବ ଅଷ୍ଟ୍ରେଲିଆ । ଭାରତରୁ ବେଆଇନ ଭାବେ ଚୋରି ହୋଇଥିବା କଳାକୃତିକୁ ଫେରାଇବା ନେଇ ସ୍ପଷ୍ଟ କରିଛି ଅଷ୍ଟ୍ରେଲିଆ ନ୍ୟାସନାଲ ଗ୍ୟାଲେରି । ତେବେ ଏହା ମଧ୍ୟରେ ଅନେକ ଚିତ୍ର ଓ ମୂର୍ତ୍ତି ରହିଛି । ଏହାଛଡ଼ା ଦ୍ୱାଦଶ ଶତାବ୍ଦୀର ମଧ୍ୟ କିଛି ମୂର୍ତ୍ତି ଓ ଚିତ୍ର ବି ରହିଛି । ଯାହାର ମୂଲ୍ୟ ପ୍ରାୟ ୨୬.୩୪କୋଟି ଟଙ୍କା ହେବ । ତେବେ ଅଷ୍ଟ୍ରେଲିଆର ନ୍ୟାସନାଲ ଗ୍ୟାଲେରିର ନିର୍ଦ୍ଦେଶକ ନିକ୍ ମିତଜେଭିକ କହିଛନ୍ତି ଯେ, କଳାକୃତି ଗୁଡ଼ିକ ଭାରତୀୟ ଲୋକଙ୍କ ପାଖକୁ ଫେରିଯିବା ଏକ ଆଶ୍ୱସ୍ତିକର କଥା ଓ ଇତିହାସର ଏକ ଜଟିଳ ଅଧ୍ୟାୟକୁ ବନ୍ଦ କରିବାକୁ ନ୍ୟାସନାଲ ଗ୍ୟାଲେରି ସଂକଳ୍ପ ବଦ୍ଧ ।

ତେବେ ଏହି ମୂର୍ତ୍ତି ଗୁଡ଼ିକ ୧ମାସରୁ ୨ମାସ ମଧ୍ୟରେ ଭାରତକୁ ହସ୍ତାନ୍ତର କରାଯିବା ନେଇ ଆଲୋଚନା କରାଯିବ । କୋଭିଡ୍ ସ୍ଥିତିକୁ ନଜରରେ ରଖି ଏସବୁକୁ କେଉଁଠି ହସ୍ତାନ୍ତର କରାଯିବ ସେ ନେଇ ଏହି ଆଲୋଚନାରେ ସ୍ଥିର ହେବ । ସେହିପରି ଚୋରି ହୋଇଥିବା ଭାରତୀୟ କଳାକୃତିକୁ ନେଇ ମିତଜେଭିକ ଭାରତକୁ କ୍ଷମା ମଧ୍ୟ ମାଗିଛନ୍ତି । ଏହାଛଡ଼ା ଭବିଷ୍ୟତରେ ଯେପରି ଏଭଳି ସ୍ଥିତି ନ ଉପୁଜେ ସେ ଦିଗରେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଅଷ୍ଟ୍ରେଲିଆରେ ଅବସ୍ଥାପିତ ଉଚ୍ଚାୟୁକ୍ତ ବୋରା ଏହାକୁ ସ୍ୱାଗତ କରି ଭାରତ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ଅଷ୍ଟ୍ରେଲିଆ ମ୍ୟୁଜିଅମ ନ୍ୟୁୟର୍କରେ ଏକ ଗ୍ୟାଲେରି ଚଳାଉଥିବା ଭାରତୀୟ ବଂଶୋଦ୍ଭବ ସୁବାଷ କପୁରଙ୍କଠାରୁ ୧୩ଟି କଳାକୃତି ନେଇଥିଲା । ଯେଉଁ ଗୁଡ଼ିକ ଚେରାଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ