Masthead

ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀ ୩ ପ୍ରଶ୍ନ । ସମୟ ଆସିଛି ନିର୍ଣ୍ଣାୟକ ନିଷ୍ପତ୍ତି ନେବାର । ଆମେ ନେତା ବାଛିବାକୁ ଯାଉଛୁ କି କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ବାରମ୍ବାର କହୁଚି ବିଜେପିର କିଛି ବରିଷ୍ଠ ନେତା ଯେଉଁଥିରେ ମୋ ନାମ ଏବଂ ଧର୍ମେନ୍ଦ୍ର ବାବୁଙ୍କ ନାମ ମଧ୍ୟ ରହିଛି ଯେ ଆମେ ବିକାଶକୁ ବିରୋଧ କରୁଚୁ । କିନ୍ତୁ ବିକାଶର କାର୍ୟ୍ୟକୁ ବିରୋଧ କରୁନି ବିଜେପି । ବିକାଶ କରିବାର ତରିକାକୁ ବିରୋଧ କରୁଛି ବିଜେପି । ଜଗନ୍ନାଥ ପରିକ୍ରମା ପ୍ରୋଜେକ୍ଟ ୪୨୦୦ କୋଟିର ବଜେଟ ରାଜ୍ୟ ରଜକୋଷରୁ ସରକାର ଖର୍ଚ୍ଚ କଲେ ।

ଦକ୍ଷିଣ ଭାରତୀୟ ଆର୍କିଟେକଚର୍ ଭୂମିପୁତ୍ରକୁ ସରକାର ଦାୟିତ୍ଵ ଦେଲେ ବୋଲି ରାଜ୍ୟ ସରକାର କହିଲେ । ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ଦିଆଗଲ ନାହିଁ । ରାଜ୍ୟ ସରକାର ଏବଂ ସାନ ବାବୁ ଯିଏକି ବଡ଼ ବାବୁ ହେବାକୁ ବିଫଳ ଚେଷ୍ଟା କରୁଛନ୍ତି ତାଙ୍କୁ ପ୍ରଶ୍ନ କାହିଁକି ଏଏସଆଇର ୧୯୫୮ ଆକଟରେ ଥିବା ନିୟମକୁ ଉଲଂଘନ କରି ୧୦୦ ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ନେଇ କାମ ଆରମ୍ଭ କରି ସଂସ୍ଥାର ୱେବସାଇଟରେ ଭୁଲ ଡିପିଆର ଦେଲେ । ପୁରୀ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ତିଆରି କାରଗଲାନି ଡିପିଆର। ରାଜ୍ୟ ସରକାର ବିଜେପିକୁ କାହିଁକି ଧନ୍ୟବାଦ୍ ଦେଲେ ନାହିଁ ।

ଏମାରମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ, ଭଳି ୭ଶହରୁ ୮ସହ ବର୍ଷାର ପୁରୁଣା ମଠକୁ କାହିଁକି ଭାଙ୍ଗି ଦେଲେ ରାଜ୍ୟ ସରକାର । ଓଡ଼ିଶାର ଅସ୍ମିତାକୁ ଏହା କୁଠାରାଘାତ ଏହା ମୋର ପ୍ରସନ୍ନ । ଓଡ଼ିଶା ଅସ୍ମିତାର ଦାୟିତ୍ଵ କାହାର । ବିଗତ ୫ ବର୍ଷ ହେଲାଣି ଶାସନ ବ୍ୟବସ୍ଥା ହାଇଜ୍ୟାକ ହୋଇଗଲାଣି। ଲଗାତାର ୫ ବର୍ଷ ସାନ ବାବୁଙ୍କ ଅନୁମତି ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ଭବ ନୁହେଁ । କାହିଁକି ସାନ ବାବୁଙ୍କ ଅନୁମତି ବିନା କହିବି ଭେଟି ପାରିବୁନି ମୁଖ୍ୟମନ୍ତ୍ରୀଙ୍କୁ । ବିଜେଡି ମ୍ୟାନିଫେଷ୍ଟୋରେ ଉଲେଖ କଲା ସରକାର ଆସିଲେ ମାଗଣା ବିଜୁଳି ଦେବେ । କିନ୍ତୁ ଆଜ୍ଞା ଏବେ ଓଡ଼ିଶାରେ ପ୍ରତି ୟୁନିଟ୍ ପିଛା ୨.୮୨ ପଇସା ନେଉଥିବା ବେଳେ ଚେନ୍ନାଇ ଭଳି ରାଜ୍ୟରେ ୟୁନିଟ ପିଛା ୨.୫୨ ପଇସା। ଅହେତୁକ ବିଜୁଳି ଦର ରାଜ୍ୟବାସୀଙ୍କୁ କଷ୍ଟ ଦେଲାଣି । ଏହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ । କାହିଁକି ମାତ୍ରାଧିକ ବିଜୁଳି ଦର ସରକାର ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ