Before Header

ଭିଜିଲାନ୍ସ ଜାଲରେ ଆରଏମସି କିରାଣି

0 263

ନବରଙ୍ଗପୁର, (ବଡ଼ ଖବର ବ୍ୟୁରୋ): ଆରଏମସିର ବରିଷ୍ଠ କିରାଣୀ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ତିନୋଟି ସ୍ଥାନରେ କରାଯାଇଛି ଚଢ଼ାଉ । ନବରଙ୍ଗପୁର ଜିଲ୍ଲା ବତୀଗୁଡ଼ା ସ୍ଥିତ ପୈତୃକ ଘର, ଭାଟିଶାଳଗୁଡ଼ା ବାସଭବନ ଓ ନିୟନ୍ତ୍ରଣ ବଜାର ନିକଟରେ ଥିବା ଅଫିସରେ ଏକାଠି ଚାଲିଛି ଚଢ଼ାଉ । ଏଯାବତ ମିଳିଥିବା ରିପୋର୍ଟ ମୁତାବକ, ତାଙ୍କର ୭ଟି ଚାରିଚକିଆ ଗାଡ଼ି ରହିଛି । ପୈତୃକ ଘର ଦୁଇ ମହଲା ହୋଇଥିବା ବେଳେ ଭାଟିଶାଳଗୁଡ଼ା ବାସଭବନ ମଧ୍ୟ ଦୁଇ ମହଲା ବିଶିଷ୍ଟ ରହିଛି । ଚଢ଼ାଉ ପରେ ମୋଟ ସମ୍ପତ୍ତିର ଆକଳନ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ।

Leave A Reply

Your email address will not be published.