Masthead

ସରକାରଙ୍କ ଚାଷୀମାରଣ ନୀତି ପାଇଁ ଚିନ୍ତାରେ ଚାଷୀ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ପ୍ଲଟରେ ଧାନ ଚାଷ ହୋଇଛି ହେଲେ ସାଟେଲାଇଟ କହୁଛି କୋବି । ଏଭଳି ତ୍ରୁଟିପୂର୍ଣ୍ଣ ସାଟେଲାଇଟ ସର୍ଭେ ପାଇଁ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ସ୍ବଚ୍ଛ ଧାନ ସଂଗ୍ରହ ପାଇଁ ସରକାର ଆଣିଛନ୍ତି ସାଟେଲାଇଟ ସର୍ଭେ ବ୍ୟବସ୍ଥା । ହେଲେ ସାଟେଲାଇଟର ଅସ୍ୱଚ୍ଛ ସର୍ଭେ ପାଇଁ ଏବେ ଚିନ୍ତାରେ ଚାଷୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଂଚାୟତ ଅଂଧୋଟି ଗାଁର ଚାଷୀ ବସନ୍ତ ଜେନାଙ୍କ ସହିତ ।

ସାଟେଲାଇଟ ଦ୍ୱାରା ଚାଷୀଙ୍କର ପଞ୍ଜିକରଣ ହୋଇଥିଲା । ମାତ୍ର ଏବେ ଆଉ ସିଷ୍ଟମରେ ନାଁ ନାହିଁ ବୋଲି କହୁଛନ୍ତି ଅଧିକାରୀ । ସେପଟେ ଧାନ ଚାଷ କରିଥିବା ପ୍ଲଟରେ କୋବି ହୋଇଥିବା ଫୋଟୋ ଉଠାଇ ଡିଆଇସିଏସଙ୍କ ଅଫିସକୁ ସୋସାଇଟ ଦେଇଛନ୍ତି । ଚାଷୀ ସୋସାଇଟରେ ପଞ୍ଜିକୃତ କରିଥିଲେ ୬ ଏକର ମାତ୍ର ତାହା ଏକ ଏକର ୪୦ ଡ଼ିସିମିଲ ହେଲା କିପରି? ଗତ ବର୍ଷ ଜମିକୁ ପଞ୍ଜିକୃତ କରି ସରକାରଙ୍କ ମଣ୍ଡିରେ ୪୫ କ୍ୟୁଣ୍ଟାଲ ବିକ୍ରି କରିଥିବାବେଳେ ଚଳିତ ଥର ବିକ୍ରି ପାଇଁ ଆସିଛି ମାତ୍ର ୧୯ କ୍ୟୁଣ୍ଟାଲ । ଏଭଳି ଅନେକ ସମସ୍ୟାକୁ ନେଇ ଚିନ୍ତାରେ ବସନ୍ତ ।

ଚାଷୀଟି ନିଜର ସମସ୍ତ ସଂଚୟକୁ ଚାଷ କାର୍ଯ୍ୟରେ ଲଗାଇବା ସହ ଦିନରାତି ପରିଶ୍ରମ କରି ସୁନାର ଫସଲ କ୍ଷେତରେ ଫଳାଇଥାଏ । ମାତ୍ର ସରକାରଙ୍କ ଏଭଳି ଅବ୍ୟବସ୍ଥା ପାଇଁ ଚାଷୀ ହତାସ ହେବା ସହ ଉପାୟଶୂନ୍ୟ ପାଲଟିଛି । ଡିସେମ୍ବର ମାସରେ କୋବି ଚାଷ ହୋଇଥିବା ଜମିରେ ଜାନୁଆରୀ ମାସରେ ସେହି ଜମିରେ ଧାନ କଟା ସରି କୁଟା ଆସିଲା କେଉଁଠୁ?? ଏପ୍ରଶ୍ନର ଉତ୍ତର ଦେବ କିଏ? ସରକାରଙ୍କର ଏଭଳି ଚାଷୀମାରଣ ନୀତି ଯୋଗୁ କିଭଳି ଚାଷୀ ଏବେ ଋଣ ସୁଝିବ ଓ ପରିବାର ପୋଷିବ ସେନେଇ ଚିନ୍ତାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ