Before Header

ଦିନିକିଆ କ୍ରିକେଟ ବିଶ୍ୱକପରେ ଆଗରେ ଭାରତ

0 25

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ପ୍ରଦର୍ଶନକୁ ଦେଖିଲେ ଆଗରେ ରହିଛି ଭାରତ । ସେମିଫାଇନାଲରେ ଭାରତ ଜିତିଛି ୩, ନ୍ୟୁଜିଲାଣ୍ଡ୨ଟି ମ୍ୟାଚ ଜିତିଛି । ଭାରତ ୭ଥର ସେମିଫାଇନାଲ ଖେଳିଛି । ସେଥରରୁ ୩ଥର ବିଜୟ ଓ ୪ଥର ପରାଜିତ ହୋଇଛି । ୧୯୮୩ ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୬ ୱିକେଟରେ, ୨୦୦୩ରେ କେନିଆକୁ ୯୧ ରନରେ ଓ ୨୦୧୧ରେ ପାକିସ୍ତାନକୁ ୨୯ ରନରେ ପରାସ୍ତ କରିଥିଲା ।

ସେହିପରି ୧୯୮୭ରେ ଇଂଲଣ୍ଡ ନିକରୁ ୩୫ ରନରେ, ୧୯୯୬ରେ ଦର୍ଶକଙ୍କ ବିଶୃଙ୍ଖଳା ପାଇଁ ମ୍ୟାଚ ସମ୍ଭବପର ନହେବାରୁ ଶ୍ରୀଲଙ୍କାକୁ ବିଜେତା ଘୋଷଣା କରାଯାଇଥିଲା । ୨୦୧୫ରେ ଭାରତ ୯୫ ରନରେ ଅଷ୍ଟ୍ରେଲିଆ ନିକଟରୁ ଓ ୧୦୧୯ରେ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା । ସେହିପରି ନ୍ୟୁଜିଲାଣ୍ଡ ୮ଥର ସେମିଫାଇନାଲ ଖେଳିଥିବା ବେଳେ ୨ଥର ୨୦୧୫ରେ ୪ ୱିକେଟରେ ଦକ୍ଷିଣ ଆଫି୍ରକାକୁ ଓ ୨୦୧୯ରେ ୧୮ ରନରେ ଭାରତକୁ ପରାସ୍ତ କରିଥିଲା । ସେହିପରି ଶ୍ରୀଲଙ୍କା ନିକଟରୁ ୨୦୦୭ ଓ ୨୦୧୧ରେ, ୧୯୯୨ ଓ ୧୯୯୯ରେ ପାକିସ୍ତାନ ନିକଟରୁ, ୧୯୭୯ରେ ଇଂଲଣ୍ଡ ନିକଟରୁ ଓ ୧୯୭୫ରେ ୱେଷ୍ଟଇଣ୍ଟିକ ନିକଟରୁ ପରାଜିତ ହୋଇଥିଲା ।

Leave A Reply

Your email address will not be published.