Masthead

ବାପାପୁଅ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୪ ଗିରଫ

ବେଲଗୁଣ୍ଠା (ବଡ଼ ଖବର ବ୍ୟୁରୋ) : ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା । ଗତ ଅକ୍ଟୋବର ୧୫ ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ମେନ୍ ରୋଡସ୍ଥିତ ବଣିକ ସଂଘ ଉପଦେଷ୍ଟା କାଳୁଚରଣ ପଣ୍ଡାଙ୍କ ଘରର ପଛପଟ କବାଟ ଭାଙ୍ଗି ଭିତରେ ପଶିଥିଲେ କିଛି ଦୁର୍ବୃତ୍ତ । ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଗହଣା ସେମାନେ ଲୁଟି ନେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ବାପା ପୁଅ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ନଗଦ ୪୫,୨୫୦ ଟଙ୍କା, ସୁନାମୁଦି, ରୁପା ସିନ୍ଦୁର ଫରୁଆ,ରୁପା ପାଉଁଜି ସହ ସେମାନେ ବ୍ୟବହାର କରିଥିବା ଦୁଇଟି ସାଇକଲ, କବାଟ ଭାଙ୍ଗିବା ପାଇଁ ବ୍ୟବହୃତ ହୋଇଥିବା ଲୁହା ହାତୁଡି, ସ୍କୃଡ୍ରାଇଭର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ଘଟଣା ସହ ଗିରଫ ହୋଇଥିବା ଚାରିଜଣ ଦୁର୍ବୁତ୍ତ ପୂର୍ବରୁ ବିଭିନ୍ନ ଥାନାରେ ହୋଇଥିବା ୧୧ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ତଦନ୍ତ ବେଳେ ଜଣାପଡ଼ିଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତମାନେ ବୁଗୁଡା ଥାନାର ଦୁଇଟି ଚୋରି ଘଟଣାରେ ସମ୍ପୃକ୍ତ ଥିବା ବେଳେ ଶେରଗଡ଼ ଥାନାର ୪ଟି, ଜଗନ୍ନାଥପ୍ରସାଦ ଥାନାର ଗୋଟିଏ, ଧରାକୋଟ ଥାନାର ଗୋଟିଏ,ବଡ଼ଗଡ଼ ଥାନାର ଗୋଟିଏ, ପାଟପୁର ଥାନାର ଗୋଟିଏ ଓ ଭଞ୍ଜନଗର ଥାନାର ଗୋଟିଏ କେଶରେ ସମ୍ପୃକ୍ତ ଥିବା ପୋଲିସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ