Masthead

ବାହାର ଜିଲ୍ଲାର ଧାନଟ୍ରକ, ଟ୍ରାକ୍ଟର ଜବତ

ବରଗଡ଼(ବଡ଼ ଖବର ବ୍ୟୁରୋ): ଗତ ୯ ତାରିଖରୁ ଆରମ୍ଭ ହୋଇଛି ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପକ୍ରିୟା । ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ହିଁ ଦେଖା ଦେଇଛି ଅବ୍ୟବସ୍ଥା । ଅନ୍ୟ ଜିଲ୍ଲାରୁ ଭେଡେନ ବ୍ଲକକୁ ଧାନ ଚୋରା ଚାଲାଣ ବେଳେ ୨ ଟି ଧାନବୋଝେଇ ଟ୍ରକ ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛି ବ୍ଲକ ସ୍ତରୀୟ ଏନଫୋର୍ସମେଣ୍ଟ ଟିମ । ଘଟଣାସ୍ଥଳରେ ବରଗଡ଼ ଉପଜିଲାପାଳ ଓ ଭେଡେନ ବିଡ଼ିଓ ପହଁଚି ଆରମ୍ଭ କରିଛନ୍ତି ତଦନ୍ତ । ଧାନ କେଉଁଠୁ ଆସିଥିଲା ଓ କେଉଁ ମିଲକୁ ଯାଉଥିଲା ସେ ସମ୍ପର୍କରେ ତଦନ୍ତ କଲାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରଗଡ଼ ଉପଜିଲ୍ଲାପାଳ ପ୍ରଭାସ ଡ଼ନସେନା ।

ହୀରାକୁଦର ତଳି ଅଞ୍ଚଳରେ ବା କେନାଲ ପାଣି ଉପରେ ନିର୍ଭର କରୁଥିବ ଚାଷୀଙ୍କର ପ୍ରାୟ ୩୦ ପ୍ରତିଶତରୁ ଊର୍ଦ୍ଧ୍ଵ ଧାନ ଅମଳ ସରିଲାଣି । ଧାନକଟା ଠାରୁ ଆରମ୍ଭ କରି ଧାନମଡା ସହ ଧାନକୁ ଶୁଖାଇ ପ୍ରାୟ ପ୍ରସ୍ତୁତ ହୋଇସାରିଛନ୍ତି ଚାଷୀ । ଟୋକନ ମାଧ୍ୟମରେ ଧାନ ବିକିବା ପାଇଁ ସରକାରଙ୍କ ନିଷ୍ପତ୍ତି ହୋଇଥିବା ବେଳେ କିଛି ଚାଷୀଙ୍କୁ ଏଯାଏଁ ଟୋକନ ମିଳିନଥିବା ଅଭିଯୋଗ ହେଉଛଝି ।

ଖରିଫ ଧାନ ସଂଗ୍ରହ ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ହୋଇ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ୪୪ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହେବାକୁ ଲକ୍ଷ ଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି ୪୯ ମିଲର୍ସ ଓ ପରବର୍ତ୍ତୀ ପର୍ୟ୍ୟାୟରେ ୬୪ ମିଲର୍ସ ସାମିଲ ହେବା କୁ ନିସ୍ପତି ନିଆ ଯାଇଛି। ବର୍ତ୍ତମାନ ସୁଧା ୧ଲକ୍ଷ ୩୫ ହଜାର ୬୩୨ ଜଣ ଚାଷୀଙ୍କ ଟୋକନ ଆସି ସାରିଥିବା ବେଳେ ଧାନ ବିକ୍ରି ପାଇଁ ଏକ ମାସ ସମୟ ସୀମା ଧାର୍ଯ୍ୟ କରାଯାଇଛି । ମାସେ ଭିତରେ ଧାନ ଚାଷୀ ବିକ୍ରି କରିପାରିବେ ବୋଲି ସ୍ପଷ୍ଟ କରାଯାଇଛି ।୫୮ଟି ପେକ୍ସ ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୧୮୫ ସେଣ୍ଟର ରେ ଧାନ କିଣା ପକ୍ରିୟା ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼