Masthead

କୋଟିଆ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା

ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ): ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା ପହଞ୍ଚିଛନ୍ତି କୋଟିଆର ୨୧ଟି ଗାଁରେ । ସେଠାରେ ପହଞ୍ଚି ସୀମା ଅନୁଧ୍ୟାନ କରିଛନ୍ତି । କୋଟିଆର କୁରୁଡ଼ିପଦର, ଗଞ୍ଜେଇପଦର, କୋଟିଆ, ସେମ୍ବି, ଧୂଳି ପଦର ଓ ନାରେଡ ବାଲସାରେ ପହଞ୍ଚି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି କର୍ମକର୍ତ୍ତା ।

ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ପୂର୍ଣ୍ଣାଙ୍ଗ ପୂର୍ଣ୍ଣନ୍ୟାସ ମଣ୍ଡଳୀର ଅଧ୍ୟକ୍ଷ ସୀତା ବହ୍ଲଭ ମହାପାତ୍ର, ଜନଅଧିକାର ସାମୁଖ୍ୟର ସଭାପତି ବିଜୟ ପରିଡ଼ା,ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ସଭାପତି ମୂରଲୀଧର ବାହୁ, ଯୁବ ସାମ୍ବାଦିକ ଚୀରଞ୍ଜୀବ ସେଠୀ, ଆମ କୋଟିଆ ସଂଗଠନ ଆବାହକ ଗଦାଧର ପରିଡ଼ା ପ୍ରମୁଖ କୋଟିଆ ପହଞ୍ଚିଥିଲେ ।

ସେଠାରେ ଯାଇ ଓଡ଼ିଆ ନାମଫଳକ ପୋତିଛନ୍ତି । ଆନ୍ଧ୍ର ସରକାର ବ୍ୟକ୍ତିଗତ ଭାବେ କୋଟିଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରି ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ଏଣୁ କୋଟିଆ ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି । ତେଣୁ ଓଡ଼ିଶା ସରକାର କୋଟିଆ ସମେତ ଅବିଭକ୍ତ କୋରାପୁଟର ସୀମାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା କରିବା ଆବଶ୍ୟକତା ଥିବା ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା