Masthead

ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଏଥିସହ ମୁମ୍ବାଇ ଇଣ୍ଡିଆନ୍ସ ଦଶମରୁ ସପ୍ତମ ପରାଜୟ ବରଣ କରି ପ୍ଲେ ଅଫ ଦୌଡରୁ ଏକ ପ୍ରକାର ବାଦ ପଡିବାକୁ ଯାଉଛି । ଲକ୍ଷ୍ନୌ ଦଶମ ମ୍ୟାଚରୁ ଷଷ୍ଠ ବିଜୟ ସହ ପଞ୍ଚମରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ମୁମ୍ବାଇ ୧୪୪/୭ରେ ସୀମିତ ରହିଥିଲା । ଜବାବରେ ଲକ୍ଷ୍ନୌ ଏହି ଛୋଟ ଲକ୍ଷ୍ୟକୁ ପିଛା କରିବା ସହ ଶେଷ ଓଭର ପର୍ଯ୍ୟନ୍ତି ଲଢ଼ି ବିଜୟୀ ହୋଇଥିଲା । ଦଳ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ବ୍ୟାଟିଂ ମୁମ୍ବାଇର ମୁଖ୍ୟ ଶକ୍ତି ହୋଇଥିଲେ ହେଁ ପାଓ୍ବାରପ୍ଲେ ୬ ଓଭରରେ ମାତ୍ର ୨୮ ରନ ମଧ୍ୟରେ ଟପ୍‌ ଅର୍ଡରର ୪ଟି ଉଇକେଟ ହରାଇ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ଏହା ମଧ୍ୟରେ ସାମିଲ ଥିଲେ ହିଟ୍‌ମ୍ୟାନ ରୋହିତ ଶର୍ମା (୪), ବିସ୍ଫୋରକ ବ୍ୟାଟର ସୂର୍ୟ୍ୟକୁମାର ଯାଦବ (୧୦), ଫର୍ମରେ ଥିବା ତିଲକ ବର୍ମା (୭) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୦)। ମହସିନ ଖାଁ, ମାର୍କୁସ ଷ୍ଟୋଇନିସ ଓ ନଭିନ ଉଲ୍‌ ହକ୍‌ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତିଲକ ରନ୍‌ ଆଉଟ ହେବା ମଧ୍ୟ ମୁମ୍ବାଇ ପାଇଁ ଶକ୍ତ ଧକ୍କା ସଦୃଶ ଥିଲା। ସ୍ବାଭାବିକଭାବେ ଆକ୍ରମଣାତ୍ମକ ଆରମ୍ଭ କରୁଥିବା ଇଶାନ କିଶନ କିନ୍ତୁ ଏଠାରେ ଭିନ୍ନ ଅବତାରରେ ନଜରକୁ ଆସିଥିଲେ।

୮ ରନ କରିଥିବାବେଳେ ଜୀବନଦାନ ପାଇଥିବା ଇଶାନ ୩୬ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ହେଁ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଷ୍ଟ୍ରାଇକ୍‌ ହାର ୯୦ରୁ କମ୍‌ ରହିଥିଲା। ନେହାଲ ଓ୍ବାଧେରାଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ହିଁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସେ ୪୧ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୬ ରନ କରି ଇନିଂସ ସମ୍ଭାଳିଥିଲେ। ଏହି ଅବସରରେ ସେ କିଶନଙ୍କ ସହ ୫ମ ଉଇକେଟରେ ମୂଲ୍ୟବାନ ୫୩ ରନର ଭାଗୀଦାରି ଗଢ଼ିଥିଲେ। ଶେଷ ଭାଗରେ ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଟିମ୍‌ ଡାଭିଡ। ସେ ୧୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୩୫ ରନରେ ଅପରାଜିତ ରହିଥିଲେ। ଓ୍ବାଧେରା ଦଳ ପକ୍ଷରୁ ସର୍ବାଧିକ ୪୬ (୪୧ ବଲ, ୪ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ମହସିନ ଖାଁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ମାର୍କୁସ ଷ୍ଟୋଇନିସ, ନଭିନ-ଉଲ୍‌-ହକ୍‌, ମୟଙ୍କ ଯାଦବ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ