Masthead

ଜେଇ ମେନ ଟପ୍ପର ଗୌତମ ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜେଇ ମେନ ପରୀକ୍ଷାରେ ଟପ୍ପର ହେଲେ ଗୌତମ ଦାସ । ଓଡ଼ିଶାରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଗୌତମ । ସର୍ବଭାରତୀୟ ସ୍ତରରେ ୨୮ ତମ ସ୍ଥାନରେ ରହିଛନ୍ତି ମେଧାବୀ ଛାତ୍ର ଗୌତମ । ଜେଇ ମେନରେ ୯୯.୯୯୯ରୁ ଅଧିକ ପରସେଂଟାଇଲ ରଖିଛନ୍ତି । ବାଲେଶ୍ୱରର ମାଣିକଖମ୍ବ ସରସ୍ୱତୀ ଶିଶୁମନ୍ଦିରରୁ ଦଶମ ପାସ ପରେ ସାଇ ଇଣ୍ଟରନେସନାଲ ସ୍କୁଲରେ ଯୁକ୍ତ ୨ ପଢୁଥିଲେ ଗୌତମ ।

ଗୌତମ କହିଛନ୍ତି, ବାପା ମାଆଙ୍କ ଆଶୀର୍ବାଦ ଓ ସବୁବେଳେ ସମର୍ଥନ ଯୋଗାଇ ଆସିଥିବାରୁ ସେ ଏହି ସଫଳତା ପାଇଛନ୍ତି । କ୍ଲାସରେ ମନଧ୍ୟାନ ଦେଇ ପାଠ ବୁଝିଥିଲେ, ଏଭଳି ଫଳ ମିଳିବ ବୋଲି ସେ କହିଛନ୍ତି । ଜେଇ ମେନର ସଫଳତା ପରେ ଜେଇ ଆଡଭାନ୍ସ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଗୌତମ । ରାଜ୍ୟ ଟପର ହୋଇଥିବାରୁ ବହୁତ ଖୁସି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ