Masthead

ଭୋ-ଭୋ ହୋଇ କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ବିଶ୍ବସନୀୟ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରିବାକୁ କୋର୍ଟ ମନା କରିବା ସହିତ ମାମଲା ପରିଚାଳନା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ବୋଲି କହିଥିଲେ ।

ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ନିର୍ଦ୍ଦୋଶ ସାବ୍ୟସ୍ତ ହେବା ପରେ କୋର୍ଟ ବାହାରେ ଗଣମାଧ୍ୟମ ଆଗରେ ଭୋ-ଭୋ ହୋଇ କାନ୍ଦି ପକାଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଭାବପ୍ରବଣ ହୋଇ କେଜରିୱାଲ ଏହାକୁ ସ୍ୱାଧୀନ ଭାରତର ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । କୋର୍ଟ ତାଙ୍କୁ ଏବଂ ସିସୋଦିଆଙ୍କୁ ସଚ୍ଚୋଟ ବୋଲି କହି ମୁକ୍ତ କରିଥିବା ନେଇ କାନ୍ଦି ପକାଇଛନ୍ତି । ଏହି ସମୟରେ ମନୀଷ ସିସୋଦିଆ ମଧ୍ୟ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଛି । ଦୋଷମୁକ୍ତ ହେବା ପରେ କୋର୍ଟ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଅରବିନ୍ଦ କେଜ୍ରିୱାଲ ।

ସେ କହିଛନ୍ତି, ” ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ । କୋର୍ଟ ମୋତେ ଏବଂ ମନୀଷ ସିସୋଦିଆକୁ ସଚ୍ଚୋଟ୍ ବୋଲି କହିଛନ୍ତି ।  ଆଜି, କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି । ଆମେ ସବୁବେଳେ କହିଥିଲୁ ଯେ ସତ୍ୟର ବିଜୟ ହୁଏ । ଆମର ଭାରତୀୟ ଆଇନ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି । ଅମିତ ଶାହ ଏବଂ ମୋଦି ଜୀ ମିଶି ଆପ୍‌କୁ ସମାପ୍ତ କରିବା ପାଇଁ ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଦଳର ୫ ଜଣ ବଡ଼ ନେତାଙ୍କୁ ଜେଲ  ପଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରୁ ଟାଣି ଆଣି ଜେଲରେ ପଶାଇ ଦିଆଯାଇଥିଲା । କେଜରିୱାଲ ଦୁର୍ନୀତିଗ୍ରସ୍ତ ନୁହଁନ୍ତି । ମୁଁ ମୋ ଜୀବନରେ କେବଳ ସଚ୍ଚୋଟତା ଅର୍ଜନ କରି ଛି। ଆଜି, କୋର୍ଟ କହିଛନ୍ତି ଯେ କେଜରିୱାଲ, ମନୀଷ ସିସୋଦିଆ ଏବଂ ଆପ୍‌ ସଚ୍ଚୋଟ । ଏହା ମିଥ୍ୟା ମାମଲା ଥିଲା । କାଦୁଆ ଫିଙ୍ଗା ଯାଇଥିଲା । ୨୪ ଘଣ୍ଟା ଟିଭି ଚ୍ୟାନେଲରେ ଖବର ପ୍ରସାରିତ ହୋଇଥିଲା କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ । କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ ନୁହେଁ ଏହା ଆଜି ପ୍ରମାଣିତ । ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି କ୍ଷମତା ପାଇଁ ସମ୍ବିଧାନ ସହ ସେ ନଖେଳନ୍ତୁ । “

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋ-ଭୋ ହୋଇ କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ 🔴 ୫ରେ ଓଡ଼ିଶା ଆସିବେ ଅମିତ୍ ଶାହ 🔴 ଯୁଦ୍ଧ ଘୋଷଣା କଲା ପାକିସ୍ତାନ 🔴 ବଢ଼ିବ ଗରମ 🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ 🔴 ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 🔴 ୨୩ ଜିଲାରେ ଝଡ଼ବର୍ଷା ସମ୍ଭାବନା 🔴 ଭୋ-ଭୋ ହୋଇ କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ 🔴 ୫ରେ ଓଡ଼ିଶା ଆସିବେ ଅମିତ୍ ଶାହ 🔴 ଯୁଦ୍ଧ ଘୋଷଣା କଲା ପାକିସ୍ତାନ 🔴 ବଢ଼ିବ ଗରମ 🔴 ତୋଷାଳି ଭବନର ତଳ ମହଲାରେ ନିଆଁ 🔴 ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି 🔴 ୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ 🔴 ଇନଷ୍ଟାଗ୍ରାମରେ ମୋଦିଙ୍କ ରେକର୍ଡ 🔴 ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 🔴 ୨୩ ଜିଲାରେ ଝଡ଼ବର୍ଷା ସମ୍ଭାବନା