ବାପା ପାଇଥିଲେ ୯୮ ହଜାର, ଝିଅ ଟପିଗଲେ ଲକ୍ଷେ

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ । ଦିବଂଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ ଏହି ଆସନରେ ପ୍ରତିଦ୍ୱନ୍ଦିତା କରି ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ବହୁ ପଛରେ ପକାଇ ବାପାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବିଜୟ ବ୍ୟବଧାନରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉ ଥିବା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡି ନବଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରି ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି । ଦୀପାଳିଙ୍କୁ ୧ଲକ୍ଷ ୭ ହଜାର ୬୦୩ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀଙ୍କୁ ଟଙ୍କଧର ତ୍ରିପାଠୀଙ୍କୁ ୫୮୩୮୪ ମିଳିଛି ।

ସ୍ୱର୍ଗତ ନେତା ନବଙ୍କ ଝିଅ ଦୀପାଳି ୪୮,୬୧୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଏହି ବ୍ୟବଧାନ କିଛି କମ୍ ନୁହେଁ । କାରଣ ଏହା କରି ଦୀପାଳି ତାଙ୍କ ବାପାଙ୍କ ଠାରୁ ବଳେଇ ଯାଇଛନ୍ତି । ୨୦୧୯ରେ ନବ ବିଜୟ ହାସଲ କରିଥିଲେ । ନବଙ୍କ ବିଜୟ ବ୍ୟବଧାନଥିଲା ୪୫,୬୯୯ ଭୋଟ । ନବ ଦାସଙ୍କୁ ସେତେବେଳେ ଲକ୍ଷେରୁ କମ୍ ଭୋଟ ମିଳିଥିଲା । ନବ ପାଇଥିଲେ ୯୮ ହଜାର ୬୨୦ ଭୋଟ । ଏଠିବି ଦୀପାଳି ନବଙ୍କୁ ପଛରେ ପକାଇ ଦେଇଛନ୍ତି । ଭୋଟ ସହ ବିଜୟ ବ୍ୟବଧାନକୁ ଦେଖିଲେ ଦୀପାଳି ନବଙ୍କୁ ଉଭୟରେ ପଛରେ ପକାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!