ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆର ନୂଆ ସଭାପତି ଚୟନ ପରେ କୁସ୍ତି ଛାଡିଲେ ସାକ୍ଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୁସ୍ତିରୁ ସନ୍ୟାସ ନେଲେ ଯୁବ ରେସଲର୍ ସାକ୍ଷୀ ମଲିକ। ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆ (WFI)ର ନୂଆ ସଭାପତି ଚୟନ ପରେ କୁସ୍ତି ଛାଡିଲେ ସାକ୍ଷୀ। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ କୁସ୍ତିର ସନ୍ୟାସ ନେଉଛି। WFI ନିର୍ବାଚନ ବ୍ରିଜଭୂଷଣଙ୍କ ପରି ଆଉ ଜଣେ ବ୍ୟକ୍ତି ଜିତିଗଲେ। ସେପଟେ ନିର୍ବାଚନରେ ଜିତିବା ପରେ ସଂଜୟ ସିଂ ଗଣମାଧ୍ୟମକୁ କହିଛନ୍ତି, “ଜାତୀୟ ଶିବିର (କୁସ୍ତି ପାଇଁ) ସଂଗଠିତ ହେବ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ରାଜନୀତି କରିପାରିବେ, ଯେଉଁମାନେ କୁସ୍ତି କରିବାକୁ ଚାହୁଁଛନ୍ତି ସେମାନେ କୁସ୍ତି କରିବେ।”ସଞ୍ଜୟ WFIର ପୂର୍ବ କାର୍ଯ୍ୟନିର୍ବାହୀ ପରିଷଦରେ କାର୍ଯ୍ୟ କରିଥିଲେ । ୨୦୧୯ ପରଠାରୁ ସେ ଜାତୀୟ ଫେଡେରେଶନର ଯୁଗ୍ମ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସେପଟେ ଏହି ଘଟଣା ପରେ ରେସଲର ବଜରଙ୍ଗ ପୁନିଆ କହିଛନ୍ତି, ଖେଳ ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ବ୍ରିଜଭୂଷଣ ଶରଣ ସିଂହଙ୍କ ସହ ସଂଶ୍ଲିଷ୍ଟ କୌଣସି ବ୍ୟକ୍ତି ଫେଡେରେସନକୁ ଆସିବେ ନାହିଁ। କିନ୍ତୁ ମୋତେ ଲାଗୁନି ଝିଅଙ୍କୁ ନ୍ୟାୟ ମିଳିବ ବୋଲି। ଏହି ନିର୍ବାଚନରେ ବ୍ରିଜଭୂଷଣଙ୍କର ନିଜ ଲୋକ ଜିତିଯାଇଛନ୍ତି। ସରକାର ଆମକୁ ନ୍ୟାୟ ଦେବାରେ ବିଫଳ ହୋଇଛି କିନ୍ତୁ ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି । ସେ ଆମକୁ ନିଶ୍ଚୟ ନ୍ୟାୟ ଦେବେ। ସେପଟେ ସାକ୍ଷୀଙ୍କ ସନ୍ୟାସ ନେବା ଅବସରରେ ବିନେଶ ଫୋଗୋଟ୍ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଛନ୍ତି ଯେ ଏହି ଘଟଣା ସତରେ ଦୁଃଖଦାୟକ। ଆମେ ଲଢିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଆମକୁ ନ୍ୟାୟ ମିଳିଲା ନାହିଁ । ଏବେ କୁସ୍ତିର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!