Masthead

ସ୍ୱାଧୀନତାର ଉତ୍ସବ ପାଳୁଥିଲା ଦେଶ, କିନ୍ତୁ ଅନଶନରେ ବସିଥିଲେ ଜାତିର ପିତା, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୭୫ ତମ ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ସାରା ଦେଶ । ଦୀର୍ଘ ୨୦୦ରୁ ଅଧିକ ବର୍ଷ ଧରି ଭାରତକୁ ଶାସନ କରିଥିଲା ବ୍ରିଟିଶ ସରକାର । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ସରକାର କବଳରୁ ମୁକ୍ତ ହୋଇଥିଲା ସାରା ଭାରତ । ଏହି ଦିନ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଟିତ ଜବାହାରଲାଲ ନେହେରୁ ସ୍ୱାଧୀନ ଭାରତର ନାଗରିକ ମାନଙ୍କୁ ସମ୍ବୋଧନ କରିଥିଲେ । କିନ୍ତୁ ଏହି ସମୟରେ ଉପସ୍ଥିତ ନଥିଲେ ମହାତ୍ମା ଗାନ୍ଧି ।

ସାରା ଦେଶରେ ଉତ୍ସବ ଚାଲିଥିବା ବେଳେ ଅନଶନରେ ବସିଥିଲେ ଜାତିର ପିତା । ପଶ୍ଚିମବଙ୍ଗରେ ସେତେବେଳେ ଚାଲିଥିଲା ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଦଙ୍ଗା । ଯାହାକୁ ବିରୋଧ କରି କୋଲକାତାରେ ଧାରଣା ଦେଇଥିଲେ ମହାତ୍ମା ଗାନ୍ଧି । କାରଣରେ ଭାରତ ଓ ପାକିସ୍ତାନ ଅଲଗା ହେବା ପରେ ପଶ୍ଚିମବଙ୍ଗରେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ହିଂସା ଉଗ୍ର ରୂପ ଧାରଣ କରିଥିଲା । ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ।

ଏହି ରକ୍ତପାତ ଗାନ୍ଧୀଜୀଙ୍କୁ ବ୍ୟଥିତ କରିଥିଲା । ସବୁଠାରୁ ଅଧିକ ଦଙ୍ଗା ବର୍ତ୍ତମାନର ବାଙ୍ଗଲାଦେଶର ନୋଆଖଲିରେ ହୋଇଥିଲା । ସେତେବେଳେ ଏହାକୁ ଦଙ୍ଗାର ହଟସ୍ପଟ୍ ବୋଲି କୁହାଯାଉଥିଲା । ଗାନ୍ଧୀ ନୋଆଖାଲି ଯିବାକୁ ଚାହୁଁଥିଲେ କିନ୍ତୁ ସ୍ଥାନୀୟ ନେତା ତାଙ୍କୁ ସେଠାକୁ ଯିବାକୁ ବାରଣ କରିଥିଲେ । ଫଳରେ ଗାନ୍ଧୀ କୋଲକାତାରେ ହିଁ ଅନଶନରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ