Masthead

ଅଜଣା ରୋଗରେ ଆକ୍ରାନ୍ତ ଅସୀମା

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ରାଜଗାଙ୍ଗପୁର ବ୍ଳକ ସାଗଯୋର ପଞ୍ଚାୟତର ଡ଼େଗାପଡା ଗାଁର ଝିରଗା କୁଜୁର ଓ ପୂର୍ଣ୍ଣିମା କୁଜୁରଙ୍କ ୧୧ ବର୍ଷର ଝିଅ ଅସୀମା । ଅସୀମା ଅଜଣା ରୋଗରେ ଆକ୍ରାନ୍ତ । ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା । ଫୁଲିବାରେ ଲାଗିଛି ଅସୀମାଙ୍କ ଗଳା । ପାଠପଢା ବୟସରଙ୍କ ସେ ଶଯ୍ୟାଶାୟୀ । ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ପାଠରେ ବନ୍ଧା ହୋଇଛି ଡ଼ୋରି । ହଷ୍ଟେଲରେ ତାଙ୍କ ରହଣିକୁ ବିଦ୍ୟାଳୟ କତ୍ତୃପକ୍ଷ ମନା କରିଦେଇଥିବା ଝିରଗା କହିଛନ୍ତି ।

ଝିରଗାଙ୍କ ପରିବାର କହିଲେ ୪ଝିଅ ସାଙ୍ଗକୁ ବୁଢ଼ୀମା । ପରଘରେ ମୂଲ ମଜୁରି ଲାଗି ଝିରଗା ଯାହା ରୋଜଗାର କରୁଛନ୍ତି ୬ପ୍ରାଣୀ କୁଟୁମ୍ବ ଚଳିବାକୁ ନିଅଣ୍ଟ । ଯାହା ସଞ୍ଚୟ କରିଥିଲେ ଝିଅର ଚିକିତ୍ସାରେ ସବୁ ସରିଗଲାଣି । ଅସୀମାଙ୍କୁ ୫ବର୍ଷ ହୋଇଥିବା ସମୟରେ ସେ ଲିପୋମାରେ ଆକ୍ରାନ୍ତ ହୋଇଥିଲେ । ରାଷ୍ଟ୍ରୀୟ ବାଳ କଲ୍ୟାଣ ସମିତି ତରଫରୁ ମାଗଣାରେ ଚିକିତ୍ସା କରାଯିବ ମିଳିଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ସରକାରୀ କିମ୍ବା ବେସରକାରୀ ସହାୟତା ମିଳିଲେ ଅସୀମା ଭଲ ହୋଇଯାଆନ୍ତା ବୋଲି ପରିବାର ଲୋକେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା