Masthead

ଅଜଣା ରୋଗରେ ଆକ୍ରାନ୍ତ ଅସୀମା

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ରାଜଗାଙ୍ଗପୁର ବ୍ଳକ ସାଗଯୋର ପଞ୍ଚାୟତର ଡ଼େଗାପଡା ଗାଁର ଝିରଗା କୁଜୁର ଓ ପୂର୍ଣ୍ଣିମା କୁଜୁରଙ୍କ ୧୧ ବର୍ଷର ଝିଅ ଅସୀମା । ଅସୀମା ଅଜଣା ରୋଗରେ ଆକ୍ରାନ୍ତ । ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା । ଫୁଲିବାରେ ଲାଗିଛି ଅସୀମାଙ୍କ ଗଳା । ପାଠପଢା ବୟସରଙ୍କ ସେ ଶଯ୍ୟାଶାୟୀ । ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ପାଠରେ ବନ୍ଧା ହୋଇଛି ଡ଼ୋରି । ହଷ୍ଟେଲରେ ତାଙ୍କ ରହଣିକୁ ବିଦ୍ୟାଳୟ କତ୍ତୃପକ୍ଷ ମନା କରିଦେଇଥିବା ଝିରଗା କହିଛନ୍ତି ।

ଝିରଗାଙ୍କ ପରିବାର କହିଲେ ୪ଝିଅ ସାଙ୍ଗକୁ ବୁଢ଼ୀମା । ପରଘରେ ମୂଲ ମଜୁରି ଲାଗି ଝିରଗା ଯାହା ରୋଜଗାର କରୁଛନ୍ତି ୬ପ୍ରାଣୀ କୁଟୁମ୍ବ ଚଳିବାକୁ ନିଅଣ୍ଟ । ଯାହା ସଞ୍ଚୟ କରିଥିଲେ ଝିଅର ଚିକିତ୍ସାରେ ସବୁ ସରିଗଲାଣି । ଅସୀମାଙ୍କୁ ୫ବର୍ଷ ହୋଇଥିବା ସମୟରେ ସେ ଲିପୋମାରେ ଆକ୍ରାନ୍ତ ହୋଇଥିଲେ । ରାଷ୍ଟ୍ରୀୟ ବାଳ କଲ୍ୟାଣ ସମିତି ତରଫରୁ ମାଗଣାରେ ଚିକିତ୍ସା କରାଯିବ ମିଳିଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ସରକାରୀ କିମ୍ବା ବେସରକାରୀ ସହାୟତା ମିଳିଲେ ଅସୀମା ଭଲ ହୋଇଯାଆନ୍ତା ବୋଲି ପରିବାର ଲୋକେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ