Masthead

ଜନ୍ମଦିନରେ ଝିଅକୁ ଜହ୍ନ ଉପହାର

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ଜହ୍ନମାମୁଁ । ଛୋଟ ପିଲା ଅଝଟ ହେଲେ ମଆ ଜହ୍ନମାମୁଁ କଥା କହି ମନ ଭୁଲାଇ ଦେଇଥାନ୍ତି । ଏବେ କେନ୍ଦ୍ରପଡ଼ା ଜିଲ୍ଲାର ଜଣେ ଲୋକ ଆଉ ଏକ ପାଦ ଆଗେଇ ଯାଇଛନ୍ତି । ନିଜ ଝିଅର ଜନ୍ମଦିନରେ ଦେବେ ଚନ୍ଦ୍ର ଉପହାର । ମାନେ ଚନ୍ଦ୍ରରେ କିଣିଥିବା ଜାଗା ସେ ଉପହାରରେ ଦେବେ । ପୃଥିବୀ ପୃଷ୍ଠ ନୁହେଁ, ଜହ୍ନ ରାଇଜରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ । ନିଜ ଝିଅକୁ ଜନ୍ମଦିନର ଉପହାର ଦେବା ପାଇଁ ଜହ୍ନରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କୁପୁଣି ଗାଁର ଅଭୟ କୁମାର ସେନାପତି । ଓଡ଼ିଶାର ସେ ପ୍ରଥମ ବ୍ୟକ୍ତି ଯେ କି ଚନ୍ଦ୍ରପୃଷ୍ଠରେ ଜାଗା କିଣିଛନ୍ତି ।

ସେଠାରେ ସେ ଏକ ଏକର ଜାଗା କିଣିଛନ୍ତି । ନ୍ୟୁୟର୍କସ୍ଥିତ ଲୁନାର୍‌ ସୋସାଇଟି ଇଣ୍ଟର୍‌ନାସନାଲ୍‌ ତାଙ୍କୁ ଏହି ଜମି ଯୋଗାଇ ଦେଇଛି । ମାର୍ଚ୍ଚ ମାସ ୬ ତାରିଖରେ ତାଙ୍କୁ ଜମିର ସମସ୍ତ କାଗଜପତ୍ର ମିଳିସାରିଛି । ତେବେ ଅଭୟଙ୍କର ଏହି ଜମି ଲୁନାର ରିପବ୍ଲିକଠାରୁ ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି ସେ ୨୦୦୫ ମସିହାରୁ ବେଙ୍ଗାଲୁରୁରେ ରହି ଏକ କମ୍ପାନିରେ କାମ କରୁଛନ୍ତି । ଗତ ଜାନୁଆରୀ ୧୫ରେ ଅଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା । ଝିଅକୁ ଏକ ଉପହାର ଦେବା ପାଇଁ ସେ ଚିନ୍ତା କରିଥିଲେ ।

ସେ ଯେଉଁ କମ୍ପାନିରେ କାମ କରୁଥିଲେ ସେହି କମ୍ପାନିର ଜଣେ ସହଯୋଗୀ ଅଭୟଙ୍କୁ ଜହ୍ନରେ ଜମି କିଣିବାକୁ ପ୍ରସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ, ଜମି ଯୋଗାଇ ଦେଉଥିବା ନ୍ୟୁୟର୍କସ୍ଥିତ କମ୍ପାନି ସହିତ ଯୋଗାଯୋଗ ମଧ୍ୟ କରାଇ ଦେଇଥିଲେ । ମାର୍ଚ୍ଚ ୬ରେ ଜହ୍ନରେ ନିଜ ନାମରେ ଜମି ରେଜେଷ୍ଟ୍ରି ହୋଇଥିବା ସମସ୍ତ କାଗଜପତ୍ର ଅଭୟଙ୍କ ପାଖରେ ମହଜୁଦ ଅଛି । ଜହ୍ନରେ ଏକ ଏକର ଜମି ପାଇ ଅଭୟ ୧୦ ହଜାର ଟଙ୍କା ଦେଇଛନ୍ତି । ସମସ୍ତ କାଗଜପତ୍ର ସହିତ କମ୍ପାନି ଅଭୟଙ୍କୁ ତାଙ୍କ ଜମିର ଡିଜିଟାଲ୍‌ ଫଟୋକପି ଯୋଗାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ