Masthead

ରିୟା ଆରାମ ପାଇବା ସମ୍ଭାବନା କ୍ଷୀଣ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଓଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପାଇଁ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କର ନ୍ୟାୟିକ ହେପାଜତ ଆଜି ଶେଷ ହେଉଛି । ପୂର୍ବ ଶୁଣାଣିରେ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୬ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ଏନସିବି ରିୟାଙ୍କ ସମେତ ଅନ୍ୟମାନଙ୍କର ହାଜତ ମିଆଦ ଆଉ ୧୪ଦିନ ବୃଦ୍ଧି କରିବାକୁ କୋର୍ଟରେ ଦରଖାସ୍ତ କରିପାରେ । ଫଳରେ ରିୟା ଓ ଅନ୍ୟମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ ।

ଏହା ବ୍ୟତୀତ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ କରିଥିବା ଆବେଦନରେ ଆଜି ମଧ୍ୟ ଶୁଣାଣି ହେବ । ରିୟା,ଶୋଭିକ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୃଢ ବିରୋଧ କରୁଛି । ଅଭିଯୁକ୍ତମାନଙ୍କୁ ଜାମିନ୍ ମିଳିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏନସିବି କହିଛି ଯେ ଯୁବକମାନେ ଡ୍ରଗ୍ସ ସେବନରୁ ଦୂରେଇ ରହିବା ଉଚିତ। ଯଦି ସେମାନେ କରନ୍ତି,ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପ୍ଟେମ୍ବର ୮ ରେ ଏନସିବି ରିୟାଙ୍କୁ ବହୁଥର ପଚରାଉଚରା ପରେ ଗିରଫ କରିଥିଲା ଯଦି ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତାଙ୍କୁ ଦଶବର୍ଷ ପର୍ୟ୍ୟନ୍ତ ଦଣ୍ଡିତ କରାଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା