ରିୟା ଆରାମ ପାଇବା ସମ୍ଭାବନା କ୍ଷୀଣ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଓଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପାଇଁ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କର ନ୍ୟାୟିକ ହେପାଜତ ଆଜି ଶେଷ ହେଉଛି । ପୂର୍ବ ଶୁଣାଣିରେ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୬ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ଏନସିବି ରିୟାଙ୍କ ସମେତ ଅନ୍ୟମାନଙ୍କର ହାଜତ ମିଆଦ ଆଉ ୧୪ଦିନ ବୃଦ୍ଧି କରିବାକୁ କୋର୍ଟରେ ଦରଖାସ୍ତ କରିପାରେ । ଫଳରେ ରିୟା ଓ ଅନ୍ୟମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ ।

ଏହା ବ୍ୟତୀତ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ କରିଥିବା ଆବେଦନରେ ଆଜି ମଧ୍ୟ ଶୁଣାଣି ହେବ । ରିୟା,ଶୋଭିକ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୃଢ ବିରୋଧ କରୁଛି । ଅଭିଯୁକ୍ତମାନଙ୍କୁ ଜାମିନ୍ ମିଳିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏନସିବି କହିଛି ଯେ ଯୁବକମାନେ ଡ୍ରଗ୍ସ ସେବନରୁ ଦୂରେଇ ରହିବା ଉଚିତ। ଯଦି ସେମାନେ କରନ୍ତି,ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପ୍ଟେମ୍ବର ୮ ରେ ଏନସିବି ରିୟାଙ୍କୁ ବହୁଥର ପଚରାଉଚରା ପରେ ଗିରଫ କରିଥିଲା ଯଦି ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତାଙ୍କୁ ଦଶବର୍ଷ ପର୍ୟ୍ୟନ୍ତ ଦଣ୍ଡିତ କରାଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!