Masthead

ଆଜି ଅଶୋକାଷ୍ଟମୀ, ଏକାମ୍ରକ୍ଷେତ୍ରରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜ ରୁକୁଣା ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ । ଶ୍ରଦ୍ଧାଳୁମାନେ ସେହି ବ୍ରାହ୍ମ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି, କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ । ଠାକୁରଙ୍କ ଏହି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ବୁଧବାର ବିଳମ୍ବିତ ରାତିରେ ୧୮ ଜଣ କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ସହିତ ପୁରୀର ସୁଧାଶୁଂ ଶେଖର ଓ ଦେବୀ ପ୍ରସାଦ ରାଜଗୁରୁଙ୍କ ଉପସ୍ଥିତିରେ ରୁକୁଣା ରଥ ପ୍ରତିଷ୍ଠା ପୂଜା ହୋଇଛି ।

ଏହା ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ରଥର ଫିଟ୍ନେଶ ତଦାରଖ କରାଯାଇଛି । ରଥରେ ସ୍ୱୟଂ ବ୍ରହ୍ମା ସାରଥି ହେବେ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ମା’ଦୁର୍ଗା ବିରାଜମାନ କରି ରାମେଶ୍ୱରକୁ ଯାତ୍ରା କରିବେ । ପ୍ରଶାସନ ତରଫରୁ ଏ ବର୍ଷ ସଅଳ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଛି । ପହିଲି ନୀତି ମଙ୍ଗଳ ଆଳତି ଏବଂ ଅବକାଶ ଭୋର ୪ଟାରୁ ସାଢେ ୪ଟାରେ ସାରି ଶ୍ରୀଜିଉଙ୍କ ବହ୍ଲଭ, ମା’ଭୁବନେଶ୍ୱରୀଙ୍କ ବହ୍ଲଭ ଏବଂ ସକାଳଧୂପ ୮ଟା ୧୫ ମଧ୍ୟରେ ବଢି ଭୋଗ ମଣ୍ଡପ ସକାଳ ୯ଟା ୧୫ରେ ସରିବ । ଠାକୁରଙ୍କୁ କୋଠ ଭୋଗରେ ସରୁ ଅନ୍ନ ଆଉ ରଣପୁରର ବାସ ଯୁକ୍ତ ମୁଗ ଡାଲି ଲାଗି ହେବ ।

ଏଥିସହ ଅନ୍ୟ ଭୋଗ ଖାଇ ସକାଳ ୧୦ଟା ୪୫ ସୁଧା ପହଣ୍ଡି ହେବେ ଠାକୁର । ଦେବଦେବୀ ଗଣ ସ୍ୱର୍ଣ୍ଣାଦ୍ରୀ ଛାଡ଼ି ଦିନ ୧୧ଟା ୪୫ରେ ରଥକୁ ବିଜେ କରିବେ । ରଥାରୁଢ ଦିଅଁଙ୍କ ଦର୍ଶନ ଅନୁମତି ଦିନ ୧ଟା ୪୫ ଯାଏ ଦିଆଯିବ । ଅପରାହ୍ନ ସାଢେ ୨ଟା ସୁଧା ଘୋଡା ଯୋଚି ଚାରମାଳ ଖୋଲି ରଥଟଣା ଆରମ୍ଭ ହେବ । ରଥ କାଳିସୀ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ବେତ ହଲାଇ ବିଭିନ୍ନ ଢଗ ଢମାଳି ଗାଇ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କୁ ଆହ୍ୱାନ ଦେବେ । ପରେ ରଥ ଗଡ଼ିବ । ବାଟରେ ଶିବତୀର୍ଥ ଓ ଗୋପାଳତୀର୍ଥ ମଠରେ ଭୋଗଲାଗି ହେବ । ସନ୍ଧ୍ୟା ଠିକ ସାଢେ ୬ଟାରେ ରାମେଶ୍ୱରରେ ଲାଗିବ ରଥ । ସେଠାରେ ଭେଟ ଆଳତୀ ପରେ ଠାକୁରଙ୍କ ଅବଶିଷ୍ଟ ନୀତି ହେବ ।

ସୁରକ୍ଷା ନିମନ୍ତେ ୨ ଜଣ ଡିସିପି ଓ ୩ ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୬ ପ୍ଳାଟୁନ ଫୋର୍ସ ଜଗି ରହିବେ । ୧୩ ଜଣ ଇନ୍ସପେକ୍ଟର, ୩୦ ଜଣ ମହିଳା କନଷ୍ଟେବଲ, ୧୫ ଜଣ ଏସ୍ଆଇ ଓ ଏଏସ୍ଆଇ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ପ୍ରଥମ କରି ରୁକୁଣା ରଥ ଯାତ୍ରାର ସିଧାପ୍ରସାରଣ ଦୂରଦର୍ଶନ ତରଫରୁ କରାଯିବ । ଶ୍ରଦ୍ଧାଳୁଙ୍କ ନିମନ୍ତେ କ୍ରୁଟ୍ ପକ୍ଷରୁ ଅଧିକ ସଂଖ୍ୟକ ଆମ ବସ ବ୍ୟବସ୍ଥା ହୋଇଛି । ୱାଟକୋ ଓ ବିଏମ୍ସି ତରଫରୁ ପିଇବା ପାଣି, ବିଏମସି ହସ୍ପିଟାଲ ତରଫରୁ ଚିକିତ୍ସା ସେବା ବ୍ୟବସ୍ଥା ହୋଇଥିବାବେଳେ ଅଗିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି