Masthead

ମରଣଯନ୍ତା ପାଲଟିଛି ରଙ୍ଗବଜାର ରାସ୍ତା

ବାଲିଅନ୍ତା, (ବଡ଼ ଖବର ବ୍ୟୁରୋ): ସୁଗମ ରାସ୍ତା ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ତାହା ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ । ଦୀପତଳ ଅନ୍ଧାର ପରି ଭୁବନେଶ୍ୱର ଉପକଣ୍ଠରେ ଭୋଗିବାକୁ ପଡୁଛି ନାହିଁ ନ ଥିବା ସମସ୍ୟା । ବାଲିଅନ୍ତା ବ୍ଲକ ଅନ୍ତର୍ଗତ ରଙ୍ଗବଜାର ରାସ୍ତା କଥା କହିଲେ ନ ସରେ । ଏହି ରାସ୍ତା ଏବେ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ରାସ୍ତା ମଝିରେ ଖାଲ ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

ସକାଳୁ ରାତି ସବୁବେଳେ ଏହି ରାସ୍ତା ଜନଗହଳି ପୂର୍ଣ୍ଣ ରହିଥାଏ । ବ୍ୟବସାୟୀଠୁ ଆରମ୍ଭ କରି ସାଧାରଣ ଲୋକ ଏହି ରାସ୍ତା ଦେଇ ରାଜଧାନୀକୁ ଯାଇଥାନ୍ତି । ବାଲିପାଟଣା, ଭିଙ୍ଗାରପୁରଠୁ ଆରମ୍ଭ କରି ଅଡ଼ସପୁର, ନିଆଳି ପର୍ଯ୍ୟନ୍ତ ଆଖପାଖ ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ରାଜଧାନୀ ଭୁବନେଶ୍ୱର ଯିବାଆସିବା କରିଥାନ୍ତି । ଖୋଦ ରାଜଧାନୀ ଉପକଣ୍ଠରେ ଯଦି ରାସ୍ତାର ଅବସ୍ଥା ଏମିତି ତେବେ ଗ୍ରାମାଞ୍ଚଳରେ ରାସ୍ତା କିପରି ଥିବ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ