Masthead

ପୂର୍ବତନ ପ୍ରଶାସକ ଗୌରୀଶଙ୍କର ତ୍ରିପାଠୀଙ୍କ ଦ୍ୱାଦଶାହ ଆଜି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ତଥା ପୂର୍ବତନ ପ୍ରଶାସକ ଗୌରୀଶଙ୍କର ତ୍ରିପାଠୀଙ୍କ ଦ୍ୱାଦଶାହ। ଗତ ୯ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ୧୯୨୫ ଏପ୍ରିଲ ୨୫ ତାରିଖ ଜନ୍ମଗ୍ରହଣ କରିଥିଲେ ଗୌରୀଶଙ୍କର। ଉଚ୍ଚଶିକ୍ଷା ପରେ ସେ ସରକାରୀ ଚାକିରି ଜରିଆରେ ରାଜ୍ୟବାସୀଙ୍କ ସେବା କରିଥିଲେ। ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଉନ୍ନୟନ ଅଧିକାରୀ ଥିବାବେଳେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। କେବଳ ପ୍ରଶାସକ ନୁହେଁ ସେ ଜଣେ ଭଲ ଲେଖକ, ବାଗ୍ମୀ, ସଂସ୍କାରକ ତଥା ନୀତିନିଷ୍ଠ ବ୍ୟକ୍ତି ଭାବେ ରାଜ୍ୟରେ ବେଶ୍ ପରିଚିତ ଥିଲେ। ତାଙ୍କର ୫ ପୁଅ ଓ ଦୁଇ ଝିଅ ଅଛନ୍ତି।

ତୃତୀୟ ପୁଅ ଅସିତ ଏବେ ରାଜ୍ୟ ପ୍ରଶାସନିକ ମୁଖ୍ୟ (ମୁଖ୍ୟ ଶାସନ ସଚିବ) ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଗୌରୀଶଙ୍କରଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏକ ଶୋକବାର୍ତ୍ତାରେ କୁହାଯାଇଛି ଯେ ଜଣେ ଲେଖକ, ବାଗ୍ମୀ, ସଂସ୍କାରକ, ପ୍ରଶାସକ ଏବଂ ନୀତିନିଷ୍ଠ ବ୍ୟକ୍ତି ଭାବେ ଆପଣ ବହୁ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଯାଇଛନ୍ତି। ଇହଧାମରୁ ଆପଣଙ୍କ ନଶ୍ୱର ଶରୀର ବିଦାୟ ନେଇଥିଲେ ମଧ୍ୟ ଆମ ହୃଦୟରେ ଆପଣ ଚିର ଜୀବିତ ରହିବେ। ଆପଣଙ୍କ ଆଦର୍ଶ ଏବଂ ଜୀବନାଲୋକ ଆମ୍ଭମାନଙ୍କୁ ଚିରଦିନ ପଥପ୍ରଦର୍ଶନ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ