Before Header

ମରକ୍କୋରେ ମୃତ୍ୟୁସଂଖ୍ୟା ୨୮ଶହ ପାର୍; ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ

0 33

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମରକ୍କୋରେ ଶକ୍ତିଶାଳୀ ଭୂକମ୍ପକୁ ୫୮ ଘଣ୍ଟା ବିତିସାରିଲାଣି । ହେଲେ ଏବେବି ଅନେକ ନିଖୋଜ ଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଗତ ଶୁକ୍ରବାର ମରକ୍କୋରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପରେ ଏ ପର୍ଯ୍ୟନ୍ତ ୨୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଭୁମିକମ୍ପ ପୀଡିତଙ୍କୁ ଉଦ୍ଧାର କରିବା ଲାଗି ସ୍ପେନ , ବ୍ରିଟେନ ଏବଂ କତର ଟିମ୍ ଲାଗିଛନ୍ତି । ବହୁ ଜୀବିତ ଲୋକମାନେ ୩ ଦିନ ହେଲାଣି ରାସ୍ତା ଉପରେ କଟାଉଛନ୍ତି । ତେବେ ଶକ୍ତିଶାଳୀ ଭୂକମ୍ପରେ ମୃତକ ସଂଖ୍ୟା ୨୮୦୦ ଏବଂ ୨୫୨୬ ଲୋକ ଆହତ ହୋଇଥିବା ସୂଚନା ଦେଇଛି । ଏଥିରେ ଅନେକ ଦୁର୍ଗମ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ପହଁଚି ନାହାନ୍ତି, ସେଥିପାଇଁ ମୃତକ ସଂଖ୍ୟା ଆହୁରୀ ବଢିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.