Masthead

ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ

କଟକ/ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ନିଆରା ପ୍ରୟାସ । ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଛି ଅଭିନବ କାର୍ଯ୍ୟକ୍ରମ । ପୋଲିସ ପ୍ରଶାସନ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀଙ୍କ ସହଯୋଗରେ ରାଜ୍ୟବ୍ୟାପୀ ଅଭିନବ ଉପାୟରେ ସଡ଼କ ସୁରକ୍ଷା ସଚେତନତା କରିଛି ବାଣିଜ୍ୟ ଓ ପରିବହନ ବିଭାଗ। ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ‘ସୁରକ୍ଷା ଡୋର’ ବାନ୍ଧି ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ଜନସାଧାରଣଙ୍କୁ ବୁଝାଇଛନ୍ତି ।

ବିଶେଷକରି, ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଡ଼କ ଦୁର୍ଘଟଣାରେ ହ୍ରାସ ପାଇଁ ସଚେତନତା କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ରାକ୍ଷୀ ପୂର୍ଣ୍ଣିମାରେ ସକାଳୁ ସକାଳୁ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ପହଞ୍ଚିଥିଲେ । ବିନା ହେଲମେଟ, ବିନା ସିଟବେଲ୍ଟରେ ଯାଉଥିବା ଲୋକଙ୍କୁ ସ୍ଵତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ସୁରକ୍ଷା ଡୋର ବାନ୍ଧିବା ସହ ମିଠା ଖୁଆଇ ନିଜ ସୁରକ୍ଷା ପାଇଁ ସୁଧୁରି ଯିବାକୁ ଅନୁରୋଧ କରିଥିଲେ । ନିୟମ ମାନିଲେ ଆମେ ସୁରକ୍ଷିତ ପହଞ୍ଚିବା ବୋଲି ବୁଝାଇଥିଲେ ।

ଭୁବନେଶ୍ଵରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, ଟ୍ରାଫିକ ଡିସିପି ତପନ ମହାନ୍ତି, ଅତିରିକ୍ତ ଡିସିପି ଅଙ୍କିତ ବର୍ମା, ପରିବହନ ବିଭାଗର ବରିଷ୍ଠ ଅଧିକାରୀ, ପ୍ରଜାପିତା ବ୍ରହ୍ମାକୁମାରୀ ସଙ୍ଗଠନର ସଦସ୍ୟ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ । ପରିବହନ ଆୟୁକ୍ତ କହିଥିଲେ, ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବ୍ୟାପକ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନ, ଯେଉଁଦିନ ଭାଇର ସୁରକ୍ଷା ପାଇଁ ଭଉଣୀ ପ୍ରାର୍ଥନା କରେ, ସେହିଦିନ ଆମେ ଏଭଳି କାର୍ଯ୍ୟକ୍ରମ ପାଇଁ ଚିନ୍ତା କଲୁ।

ଆମେ ବୁଝାଇବାକୁ ଚାହୁଁଛୁ ଯଦି ଆମେ ନିୟମ ନମାନିବୁ ତେବେ ଆମେ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ଅଛି । ଆଉ ଯଦି ନିୟମ ମାନିବୁ ଆମେ ସୁରକ୍ଷିତ ଘରେ ପହଞ୍ଚି ପାରିବୁ ବୋଲି ସେ କହିଛନ୍ତି । ସେହିଭଳି କଟକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁଗ୍ମ ପରିବହନ ଆୟୁକ୍ତ, କମିସନରେଟ ପୋଲିସ ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ରାଜ୍ୟର ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓ ମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଗକୁ ଏଭଳି କାର୍ଯ୍ୟକ୍ରମ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା