Masthead

ବନ୍ଦ ସ୍କୁଲ ଖୋଲିବା ପାଇଁ ୫ ଦିନ ହେଲା ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଆସିକା (ବଡ଼ ଖବର ବ୍ୟୁରୋ): ଗଂଜାମ ଜିଲ୍ଲା ଅସିକା ଚିନିଶିଳ୍ପ ନୂଆଗାଁରେ ରହିଛି ଚିନିଶିଳ୍ପ ପ୍ରାଥମିକ ବିଦ୍ୟାଳୟ । ଯେଉଁ ବିଦ୍ୟାଳରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଶାତାଧିକ ଛାତ୍ରଛାତ୍ର ପାଠ ପଢିଆସୁଥିଲେ । ତେବେ ଶିକ୍ଷକ ଅଭାବ କାରଣ ଦର୍ଶାଇ ଶିକ୍ଷା ବିଭାଗ ଏହି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ନିର୍ଦ୍ଧେଶ ଦିଅ।ଯାଇଥିଲା । ଯାହାକୁ ସହଜରେ ଗ୍ରହଣ କରିନାହାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ । ଗଲା ଅନେକ ମାସ ହେବ ବିଭିନ୍ନ ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହୋଇଯାଇଥିବା ବେଳେ ବିଦ୍ୟାଳୟ ଖୋଲା ନହେଲେ ପାଠ ପଢିବୁ ନାହିଁ ବୋଲି ଜିଦରେ ଅଟଳ ସମସ୍ତେ । ଏମିତି କି ପାଳି କରି ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ।

ତଥାପି ସମସ୍ୟାର ସମାଧାନ ହୋଇପାରି ନଥିବା ବେଳେ ଏହାର ସମାଧାନ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛି ସ୍ଥାନୀୟୟ ଶିକ୍ଷା ବିଭାଗ । ସେପଟେ ଅନ୍ୟଗ୍ରାମ ତଥା ମକୁନ୍ଦପୁର ଓ ବାବନପୁର ଗାଁର ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲା ଶିକ୍ଷା ବିଭାଗ । ହେଲେ କିନ୍ତୁ ନିଜ ଗାଁ ବିଦ୍ୟାଳୟ ଛାଡି ବାହାର ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ଯିବା ପାଇଁ ମନା କରିଦେଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ । ଆଜି ସୁଦ୍ଧା ବହୁ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ଥିବା ବେଳେ ତୁରନ୍ତ ବନ୍ଦ ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ଦାବିରେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ।

ଏପରି କି ନିଜ ଗାଁ ବିଦ୍ୟାଳୟକୁ ପୁଣି କାର୍ଯ୍ୟକ୍ଷମ କରିବା ଦାବିରେ ପାଳି କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଗଲା ଚାରିଦିନ ହେବ ଧାରଣା ଦେଉଥିଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ହୋଇପାରି ନାହିଁ । ଏମିତି କି ବହୁ ଛାତ୍ରଛାତ୍ରୀ ଆଜି ପାଠ ପଢାରୁ ବଞ୍ଚିତ ହେଉଥିବା ବେଳେ ତୁରନ୍ତ ବନ୍ଦ କରିଥିବା ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରନ୍ତୁ ନତୁବା ଆସନ୍ତା ଦିନରେ ଏହି ଆନ୍ଦୋଳନ ଆହୁରି ବଢିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହାର କୌଣସି ପ୍ରକାର ସମାଧାନ ଏଠାର ହୋଇପାରିବ ନାହିଁ ବୋଲି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସିଧାସଳଖ କହିଦେଇଛନ୍ତି । ଯାହାକି ଏବେ ଚିନ୍ତାର କାରଣ ହୋଇଛି । ତେବେ ସେ ଯାହା ହେଉ ଏହାର ସମାଧାନ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ନଜର ଦେବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨