Masthead

ବଚସାରୁ ହତ୍ୟାକାଣ୍ଡ

କୋଇଡା(ବଡ଼ ଖବର ବ୍ୟୁରୋ): କୋଇଡା ବ୍ଲକ କାଲଟା କମଣ୍ଡ ଗ୍ରାମରେ ହତ୍ୟାକାଣ୍ଡ । ଗାଁର ବାଜୁ ମୁଣ୍ଡାଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଶବକୁ କୁଅରେ ଫିଙ୍ଗି ଦେଇଛନ୍ତି । ପରିବାର ଲୋକେ ଖୋଜା ଖୋଜି କରି ଥକି ପଡିଥିଲେ, ମାତ୍ର ବାଜୁଙ୍କ ସନ୍ଧାନ ପାଇନଥିଲେ । ବାଜୁଙ୍କୁ ହତ୍ୟା କରାଯାଇଥିବା କୌଣସି ସୁତ୍ରରୁ ଖବର ପାଇ ପରିବାର ଲୋକେ କୋଇଡା ଥାନାରେ ଏତଲା ଦେଇଥିଲେ । କୋଇଡା ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ୧୭ ଦିନ ପରେ କୁଅରୁ ଗଳିତ ଶବ ଉଦ୍ଧାର କରିଥିଲା । ଶବ ଉଦ୍ଧାର ବେଳେ ମାଜିଷ୍ଟ୍ରେଟ୍ ଭାବେ ପଲ୍ଲବୀ ରାଣୀ ରାଜ, ଏସଡିପିଓ ସୌରଭ ଓତା, ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ । ପୋଲିସ ଶବକୁ ଲହୁଣୀପଡା ଡାକ୍ତରଖାନା ବ୍ୟବଛେଦ ପାଇଁ ପଠାଇଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ