ଆମକୁ କେତେ ଆଶୀର୍ବାଦ ମିଳିଛି ରେଜଲ୍ଟ ବାହାରିଲେ ଜଣାପଡ଼ିବ: ବିଶ୍ୱକେଶନ ହରିଚନ୍ଦନ

ପିପିଲି (ବଡ଼ ଖବର ବ୍ୟୁରୋ): ସରିଛି ପେଷ୍ଟୋଲ ବାଲାଟ ଗଣତି । ଚାଲିଛି ଇଭିଏମ ଗଣତି । ସମୁଦାୟ ୨୪ ରାଉଣ୍ଡରେ ଗଣତି ହେବ ଭୋଟ । କିନ୍ତୁ କିଏ ଜିତିବ ପିପିଲି ବାଜି ତାହା ଉପରେ ସମସ୍ତଙ୍କର ନଜର । ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ବିଶ୍ୱକେଶନ ହରିଚନ୍ଦନ ବେଶ ଆଶାବାଦୀ ରହିଛନ୍ତି । ଆମେ ଯେଉଁ ମୁଦା ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲୁ ଆମେ ଭାବୁଛୁ ଆମ ସପକ୍ଷରେ ଆଶୀର୍ବାଦ ରହିବ ।

କେତେ ଆମକୁ ଆଶୀର୍ବାଦ ମିଳିଛି ରେଜଲ୍ଟ ବାହାରିଲେ ଜଣାପଡ଼ିବ । ସେ କହିଛନ୍ତି, ଦର ବୃଦ୍ଧି ଓ ବେକାରୀ ପ୍ରସଙ୍ଗକୁ ନେଇ ଭୋଟର ବିଜେପି ଠାରୁ ମୁହଁ ଫେରାଇବେ । ୨୧ ବର୍ଷ ହେବ ପିପିଲିର ସେଭଳି କିଛି ବିକାଶ ହୋଇ ନାହିଁ ବୋଲି ସେ କହିଛନ୍ତି । ଏହାର ଜବାବ ପିପିଲିବାସୀ ଭୋଟରେ ଦେବେ ।

ତେବେ ଫଳାଫଳ ଆସିବା ପୂର୍ବରୁ ବିଜେଡି ଓ ବିଜେପି ଶିବିର ଉତ୍ସାହିତ ଅଛନ୍ତି । ବିଜୟ ପୂର୍ବରୁ ବିଜେଡି ରଥ ପ୍ରସ୍ତୁତ କରି ରଖିଥିବା ବେଳେ ବିଜେପି ବାଜା, ବାଣ ଫୁଟାଇବାକୁ ଚାହିଁ ବସିଛି ବୋଲି କହିଛନ୍ତି ବିଶ୍ୱକେଶନ । ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଶ୍ୱକେଶନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!