Masthead

ପାଣି ପାଇଁ ସଂଘର୍ଷ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ସମସ୍ତଙ୍କୁ ସ୍ୱଚ୍ଛ ପିଇବା ପାଣି ଯୋଗାଇଦେବା ନିର୍ବାଚିତ ସରକାରଙ୍କ କର୍ତ୍ତବ୍ୟ । ମାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକରେ ପାଣି ପାଇଁ ପ୍ରତିଦିନ ଲାଗୁଛି ସଂଘର୍ଷ । ପିଇବା ପାଣି ପାଇଁ ଦୈନଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ତଥାପି ପାଣି କେତେବେଳେ ଅ।ସିବ ତା’ର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ବର୍ଷ ବର୍ଷ ଧରି ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି ଝାଡଲିଙ୍ଗ ପଞ୍ଚାୟତ ଝାଂଲିଙ୍କି ଗାଁର ଲୋକମାନେ । ବାଧ୍ୟହୋଇ ଲୋକେ ଅସଂପୂର୍ଣ୍ଣ ପାଇପ ଲାଇନରୁ ପିଇବା ଉପଯୋଗୀ ହୋଇନଥିବା ପାଣିପିଇ ତୃଷା ମେଣ୍ଟାଉଛି । ଗରା, ବାଲଟି ଧରି ଧାଡିରେ ଛିଡା ହୋଇ ଅପେକ୍ଷା କରୁଛନ୍ତି ମହିଳାମାନେ । ପାଇପ ଲାଇନରେ ଅ।ସୁଥିବା ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଧରି ମହିଳାମାନେ ଅପେକ୍ଷା କରି ରହୁଛନ୍ତି । ଅନେକ ସମୟରେ ପାଣି ନପାଇ ସେମାନଙ୍କୁ ନିରାଶ ହେବାକୁ ପଡୁଛି । ଅନେକ ଦିନଧରି ପାନୀୟ ଜଳ ସଙ୍କଟ ଝାଡଲିଙ୍ଗ ଲୋକମାନଙ୍କୁ ବ୍ୟସ୍ତ ବିବ୍ରତ କରିପକାଉଛି ।

ସେପଟେ ପାଣି ସମସ୍ୟା ବର୍ଷ ବର୍ଷ ଧରି ରହିଥିଲେ ମଧ୍ୟ ଏହାର ସମାଧାନ ପାଇଁ କେବଳ ପ୍ରତିଶ୍ରୁତି ମିଳୁଛି ସତ, ମାତ୍ର ସମସ୍ୟାର ସମାଧାନ ହୋଇ ପାରୁନାହିଁ ବୋଲି ଗ୍ରାମଵାସୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ