Masthead

ରାସନ ଚାଉଳ ପ୍ରତିବାଦରେ ବ୍ଲକ ଘେରିଲେ ଗ୍ରାମବାସୀ

ହାଟଡିହି (ବଡ଼ ଖବର ବ୍ୟୁରୋ): ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଚାଉଳ। କେହି ଗରିବ ଲୋକ ଯେପରି ଭୋକ ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁକରି ମାସକୁ ମାସ ରେସନ୍ କାର୍ଡ ମାଧ୍ୟମରେ ଚାଉଳ ଯୋଗାଇ ଦେଉଛନ୍ତି। ଗତ ଜାନୁଆରୀ ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୪ମାସର ଚାଉଳ ସରକାର ଯୋଗାଇ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ ପଞ୍ଚାୟତ ଶଙ୍ଖୋ ଗ୍ରାମରେ ଲୋକମାନେ ୪ମାସ ଧରି ଚାଉଳ ପାଇ ନାହାନ୍ତି। ଗ୍ରାମର ୨୫୦ରୁ ଉର୍ଦ୍ଧ୍ବ ରେସନକାର୍ଡ ଧାରୀ ପରିବାର ଆଜି ପର୍ଯ୍ୟନ୍ତ ଚାଉଳ ମୁଠେ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି।

ଗ୍ରାମର ୮୦ଭାଗ ଲୋକ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଏହି ରେସନ ଚାଉଳ ଉପରେ ନିର୍ଭର କରିଥାନ୍ତି। ଏପରିକି ଏହି ପଞ୍ଚାୟତର ଅନ୍ୟ ସବୁ ଗ୍ରାମକୁ ଚାଉଳ ଯୋଗାଇ ଦେଇଥିବା ବେଳେ କେବଳ ଏହି ଗାଁକୁ ବାଦ ଦିଆ ଯାଇଛି। ରାସନକାର୍ଡ ଧାରିମାନେ ବାରମ୍ଵାର ପଞ୍ଚାୟତକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଜାନୁୟାରୀ ମାସ ସରକାର ଚାଉଳ ଯୋଗେଇ ଦେଇଥିବା ବେଳେ ମାର୍ଚ୍ଚ ମାସ ସରି ଏପ୍ରିଲ ଅଧା ହେବାକୁ ବସିଲାଣି କିନ୍ତୁ ଚାଉଳ ନାହିଁ। ଏନେଇ ଗ୍ରାମବାସୀ ମାନେ ଗତ ୧୨ଦିନ ତଳେ ବ୍ଲକକୁ ଆସି ବ୍ଲକ ଘେରାଉ କରିଥିବା ବେଳେ ବିଡ଼ିଓ ୬ଦିନ ଭିତରେ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ପଞ୍ଚାୟତ କର୍ତ୍ତୃପକ୍ଷ ୨ମାସର ଚାଉଳ ଓ ଆଉ ଦୁଇ ମାସର ପଇସା ଦେବାକୁ କହିବାରୁ ଲୋକେ ଅରାଜି ହୋଇଥିବା ଅଭିଯୋଗ କରିଛନ୍ତି।

ଆଜି ମଧ୍ୟାହ୍ନରେ ଶତାଧିକ ଗ୍ରାମବାସୀ ମାନେ ଏକଜୁଟ ହୋଇ ବ୍ଲକ ସମ୍ମୁଖରେ ଏହାର ପ୍ରତିବାଦ କରିଥିଲେ। ବିଜେପି ନେତା ଅଲୋକ ସେଠୀ, ତୃପ୍ତିମୟୀ ଜେନା ପ୍ରମୁଖ ବ୍ଲକରେ ପହଞ୍ଚି ଏ ସମ୍ପର୍କରେ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ। ବ୍ଲକ ଯୋଗାଣ ଅଧିକାରୀଙ୍କ କହିବକଥା ଯେ ସେ ଏବେ କାର୍ଯ୍ୟରେ ନୂଆ କରି ଯୋଗଦେଇଛନ୍ତି। ଉକ୍ତ ପଞ୍ଚାୟତରେ ପୂର୍ବରୁ ବକେୟା ଥିବା ଚାଉଳ ୬ଦିନ ପୂର୍ବରୁ ଯୋଗାଇ ଦିଆ ଯାଇଛି । କିନ୍ତୁ ପିଇଓ ଅନୁପସ୍ଥିତ ଥିବାରୁ ବଣ୍ଟନ ହୋଇପାରି ନଥିଲା। ସୋମବାର ଠାରୁ ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଘରକୁ ଫେରିଯାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ