ରାଜ୍ୟ ବାହାର ଗାଡ଼ି ପାଇଁ କଟକଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ୟରାଜ୍ୟରୁ ଆସୁଥିବା ବ୍ୟବସାୟିକ ଗାଡିଗୁଡିକ ଓଡ଼ିଶାର ପରମିଟ୍ ନେଉନାହାନ୍ତି । ଏହାସହ ଟିକସ୍ ମଧ୍ୟ ପୈଠ କରୁନାହାନ୍ତି । ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଟିକସ୍ ପୈଠ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ପରିବହନ ବିଭାଗ । ଯେଉଁମାନେ ନିୟମ ଫାଙ୍କି ଓଡ଼ିଶା ସୀମା ଭିତରୁ ଗାଡ଼ି ପ୍ରବେଶ କରାଇବେ,ସେମାନଙ୍କ ଗାଡ଼ି ଜବତ କରାଯିବ । ରାଜ୍ୟର ସମସ୍ତ ଆରଟିଓଙ୍କୁ ଖିଲାପୀ ଗାଡ଼ିମାଲିକଙ୍କ ଗାଡ଼ି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର ସଞ୍ଜୀବ ପଣ୍ଡା।

ଖୁବଶୀଘ୍ର ରାଜ୍ୟ ବାହାରର ଘରୋଇ ଗାଡ଼ିରୁ ଟ୍ୟାକ୍ସ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । କରୋନା ସମୟରେ ରାଜ୍ୟ ବାହାରୁ ଆସୁଥିବା ଗାଡ଼ି ପ୍ରବେଶ ସଂଖ୍ୟା ବୃଦ୍ଧି ପାଇଛି । ମୁଖ୍ୟତଃ ମାଲବାହୀ ଗାଡ଼ି ଚଳାଚଳ ବୃଦ୍ଧି ପାଇଛି । କିନ୍ତୁ ଏମାନେ ଓଡ଼ିଶା ସରକାରଙ୍କୁ ଟ୍ୟାକ୍ସ ଏବଂ ପରମିଟ୍ ଦେଉନାହାନ୍ତି । ବେଆଇନ୍ ଭାବେ ଗାଡ଼ିଗୁଡିକ ଓଡ଼ିଶା ଭିତରକୁ ପ୍ରବେଶ କରୁଛି । ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର । ସୂଚନା ଆନୁସାରେ, ବାହାର ରାଜ୍ୟର ୧୪ଶହ ୮୦ଟି ଗାଡ଼ି ଜବତ କରିବା ସହ ୨ କୋଟି ୧୨ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି ପରିବହନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!