Masthead

ରାଜ୍ୟ ବାହାର ଗାଡ଼ି ପାଇଁ କଟକଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ୟରାଜ୍ୟରୁ ଆସୁଥିବା ବ୍ୟବସାୟିକ ଗାଡିଗୁଡିକ ଓଡ଼ିଶାର ପରମିଟ୍ ନେଉନାହାନ୍ତି । ଏହାସହ ଟିକସ୍ ମଧ୍ୟ ପୈଠ କରୁନାହାନ୍ତି । ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଟିକସ୍ ପୈଠ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ପରିବହନ ବିଭାଗ । ଯେଉଁମାନେ ନିୟମ ଫାଙ୍କି ଓଡ଼ିଶା ସୀମା ଭିତରୁ ଗାଡ଼ି ପ୍ରବେଶ କରାଇବେ,ସେମାନଙ୍କ ଗାଡ଼ି ଜବତ କରାଯିବ । ରାଜ୍ୟର ସମସ୍ତ ଆରଟିଓଙ୍କୁ ଖିଲାପୀ ଗାଡ଼ିମାଲିକଙ୍କ ଗାଡ଼ି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର ସଞ୍ଜୀବ ପଣ୍ଡା।

ଖୁବଶୀଘ୍ର ରାଜ୍ୟ ବାହାରର ଘରୋଇ ଗାଡ଼ିରୁ ଟ୍ୟାକ୍ସ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । କରୋନା ସମୟରେ ରାଜ୍ୟ ବାହାରୁ ଆସୁଥିବା ଗାଡ଼ି ପ୍ରବେଶ ସଂଖ୍ୟା ବୃଦ୍ଧି ପାଇଛି । ମୁଖ୍ୟତଃ ମାଲବାହୀ ଗାଡ଼ି ଚଳାଚଳ ବୃଦ୍ଧି ପାଇଛି । କିନ୍ତୁ ଏମାନେ ଓଡ଼ିଶା ସରକାରଙ୍କୁ ଟ୍ୟାକ୍ସ ଏବଂ ପରମିଟ୍ ଦେଉନାହାନ୍ତି । ବେଆଇନ୍ ଭାବେ ଗାଡ଼ିଗୁଡିକ ଓଡ଼ିଶା ଭିତରକୁ ପ୍ରବେଶ କରୁଛି । ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର । ସୂଚନା ଆନୁସାରେ, ବାହାର ରାଜ୍ୟର ୧୪ଶହ ୮୦ଟି ଗାଡ଼ି ଜବତ କରିବା ସହ ୨ କୋଟି ୧୨ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି ପରିବହନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ