Masthead

ଅସ୍ତରଙ୍ଗ ଆଇଆଇସି ଫେରାର୍

ପୁରୀ (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ଆଇଆଇସି ଫେରାର୍ । କ୍ୟାପିଟାଲ ଥାନାରେ ପଚରାଉଚରା ବେଳର ଫେରାର । ପରିସ୍ରା ବାହାନାରେ ଚମ୍ପଟ ମାରିଲେ ଆଇଆଇସି । ଅସ୍ତରଙ୍ଗ ଥାନା ଅଧିକାରୀଙ୍କ ଅପରାଧ ସାମ୍ରାଜ୍ୟ । କ୍ୟାପିଟାଲ ଥାନା ପୋଲିସକୁ ଚକମା ଦେଲେ ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିଆର ସିଂ। ଗଞ୍ଜେଇ ବେପାରୀଙ୍କ ସହିତ ଲିଙ୍କ ରଖି ଖସାଇବା ଓ ପରେ ଗଞ୍ଜେଇ ବେପାରୀର ହତ୍ୟା ହେବା ମାମଲାରେ ସମ୍ପୃକ୍ତ ଥିବାର ସୁରାଗ ପାଇଲା ପରେ ଜୟପୁର ପୋଲିସ ଏବେ ତନାଘନା କରୁଛି ।

ଭୁବନେଶ୍ୱର ସ୍ଥିତ ୟୁନିଟ ୨ ରେ ଥିବା ବାସ ଭବନରୁ ଉଠାଇ ନେଇଥିଲା କ୍ୟାପିଟାଲ ଥାନା ପୋଲିସ । ପରିସ୍ରା କରିବା ବାହାନାରେ ବାହାରକୁ ଆସି କୁଆଡେ ଫେରାର ହୋଇଯାଇଛନ୍ତି ପୋଲିସ ବାବୁ ଜଣଙ୍କ । ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଥିବା ହେତୁ ଆଗୁଆ ୫ ଦିନ ପାଇଁ ଜରୁରୀକାଳୀନ ଛୁଟି ମଧ୍ୟ ନେଇ ଯାଇଥିଲେ । ପୂର୍ବରୁ ଜୟପୁର ଟାଉନ ଥାନାରେ ସବ୍ ଇନ୍ସପେକ୍ଟର ଥିଲା ସମୟରେ ଗଞ୍ଜେଇ ବେପାରୀଙ୍କ ସହିତ ସିଧା ସଳଖ ଲିଙ୍କ ରଖିବା ଓ ପରେ ଏକ ଗଞ୍ଜେଇ ବେପାରୀର ହତ୍ୟା ହେବା ଘଟଣାରେ ଲିଙ୍କ ରଖିଥିବାର ସୁରାଗ ପାଇ କୋରାପୁଟ ପୋଲିସ ଏବେ ଆକ୍ସନ ମୋଡକୁ ଆସିଛି ।

ପୋଲିସ ବାବୁଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଲା ପରେ ଭୁବନେଶ୍ଵର ଡିଜି ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିଆର ସିଂ କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ତଦନ୍ତ ସମ୍ପୂର୍ଣ ହେଲାପରେ ଯଦି ଘଟଣାର ସତ୍ୟତା ପ୍ରମାଣିତ ହୁଏ, ତେବେ ସିଧାସଳଖ ପଦବୀରୁ ବହିଷ୍କାର ମଧ୍ୟ କରିବେ ବୋଲି ନୋଟିସ କରିଛନ୍ତି । ଏବେ କ୍ୟାପିଟାଲ ପୋଲିସ ରାଜେଶ ବଳିଆରସିଂକୁ ଖୋଜୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି