WHO ଅନୁମୋଦ ମିଳିନଥିବା ଟିକା ନେଇଥିଲେ ପୁଣି ଟିକା ନେବାକୁ ଶିକ୍ଷାର୍ଥୀଙ୍କୁ ଆମେରିକାର ନିର୍ଦ୍ଦେଶ

(ବଡ଼ ଖବର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇନଥିବା ଟିକାର ଡବଲ ଡୋଜ ନେଇଥିବା ପିଲାମାନଙ୍କ ପାଇଁ ବଢ଼ିଛି ଅଡ଼ୁଆ । ଆମେରିକାର ସମସ୍ତ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ଏବେ ଶିକ୍ଷାର୍ଥୀଙ୍କୁ ହୁ’ର ଅନୁମୋଦନ ପାଇଥିବା ଟିକା ନେବାକୁ କହିଛନ୍ତି । ଯଦି କୌଣସି ଛାତ୍ରଛାତ୍ରୀ ଏହି ଟିକା ପାଇନଥିବେ ତେବେ ସେମାନଙ୍କୁ ଟିକା ନେଇନଥିବା ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଆଉ ହୁ’ର ଅନୁମୋଦନ ପ୍ରାପ୍ତ ଟିକା ନେବାକୁ ମଧ୍ୟ କୁହାଯାଇଛି । ଯେଉଁମାନଙ୍କ ମଧ୍ୟରେ ଭାରତୀୟ ଶିକ୍ଷାର୍ଥୀମାନେ ବି ରହିଛନ୍ତି ।

ଯେଉଁମାନେ କୋଭାକ୍ସିନ ବା ସ୍ପୁଟନିକ-ଭି ନେଇଥିବେ ସେମାନଙ୍କୁ ପୁଣି ଥରେ ଟିକା ନେବାକୁ ପଡ଼ିବ । କାରଣ କୋଭାକ୍ସିନ ଓ ସ୍ପୁଟନିକ-ଭିକୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ । ସେମିଷ୍ଟର ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଅନୁମୋଦନ ପ୍ରାପ୍ତ କରିଥିବା କମ୍ପାନୀର ଟିକା ନେବେ । ତେବେ ଏହାକୁ ନେଇ ଏବେ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । କାରଣ ସେମାନେ ଗୋଟିଏ କମ୍ପାନୀର ଟିକା ନେଇସାରିଥିବା ବେଳେ ଅନ୍ୟ କମ୍ପାନୀର ଟିକା ନେଲେ ଏହାର କୁପ୍ରଭାବ ବା ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିପାରେ । ଯେଉଁକାରଣରୁ ଏବେ ଆମେରିକାରେ ରହିଥିବା ଶିକ୍ଷାର୍ଥୀଙ୍କ ଚିନ୍ତା ବଢ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ