Masthead

WHO ଅନୁମୋଦ ମିଳିନଥିବା ଟିକା ନେଇଥିଲେ ପୁଣି ଟିକା ନେବାକୁ ଶିକ୍ଷାର୍ଥୀଙ୍କୁ ଆମେରିକାର ନିର୍ଦ୍ଦେଶ

(ବଡ଼ ଖବର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇନଥିବା ଟିକାର ଡବଲ ଡୋଜ ନେଇଥିବା ପିଲାମାନଙ୍କ ପାଇଁ ବଢ଼ିଛି ଅଡ଼ୁଆ । ଆମେରିକାର ସମସ୍ତ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ଏବେ ଶିକ୍ଷାର୍ଥୀଙ୍କୁ ହୁ’ର ଅନୁମୋଦନ ପାଇଥିବା ଟିକା ନେବାକୁ କହିଛନ୍ତି । ଯଦି କୌଣସି ଛାତ୍ରଛାତ୍ରୀ ଏହି ଟିକା ପାଇନଥିବେ ତେବେ ସେମାନଙ୍କୁ ଟିକା ନେଇନଥିବା ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଆଉ ହୁ’ର ଅନୁମୋଦନ ପ୍ରାପ୍ତ ଟିକା ନେବାକୁ ମଧ୍ୟ କୁହାଯାଇଛି । ଯେଉଁମାନଙ୍କ ମଧ୍ୟରେ ଭାରତୀୟ ଶିକ୍ଷାର୍ଥୀମାନେ ବି ରହିଛନ୍ତି ।

ଯେଉଁମାନେ କୋଭାକ୍ସିନ ବା ସ୍ପୁଟନିକ-ଭି ନେଇଥିବେ ସେମାନଙ୍କୁ ପୁଣି ଥରେ ଟିକା ନେବାକୁ ପଡ଼ିବ । କାରଣ କୋଭାକ୍ସିନ ଓ ସ୍ପୁଟନିକ-ଭିକୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ । ସେମିଷ୍ଟର ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଅନୁମୋଦନ ପ୍ରାପ୍ତ କରିଥିବା କମ୍ପାନୀର ଟିକା ନେବେ । ତେବେ ଏହାକୁ ନେଇ ଏବେ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । କାରଣ ସେମାନେ ଗୋଟିଏ କମ୍ପାନୀର ଟିକା ନେଇସାରିଥିବା ବେଳେ ଅନ୍ୟ କମ୍ପାନୀର ଟିକା ନେଲେ ଏହାର କୁପ୍ରଭାବ ବା ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିପାରେ । ଯେଉଁକାରଣରୁ ଏବେ ଆମେରିକାରେ ରହିଥିବା ଶିକ୍ଷାର୍ଥୀଙ୍କ ଚିନ୍ତା ବଢ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ