Masthead

ବିଶ୍ୱ ଦେଖିଲା ସର୍ବବୃହତ ଟନେଲ୍

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନିର୍ମାଣ ହୋଇଛି ବିଶ୍ୱର ସର୍ବବୃହତ ଟନେଲ୍ । ନିର୍ଦ୍ଧିଷ୍ଟ ସମୟସୀମା ପୂର୍ବରୁ ନିର୍ମାଣ ହୋଇଥିବା ଏହି ଟନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସୀମାନ୍ତ ସୁରକ୍ଷା ସଂଗଠନ ଦ୍ୱାରା ନିର୍ମିତ ଏହି ଟନେଲ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଇଫଲାଇନ୍ ପାଲଟିବ ବୋଲି ଉଦଘାଟନୀ ଉତ୍ସବ ଅବସରରେ ମୋଦି କହିଛନ୍ତି । ହିମାଚଳ ପ୍ରଦେଶର ରୋହତଙ୍ଗରେ ଆୟୋଜିତ ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ,ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର,କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ସ୍ଥଳସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରତିରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏହି ଟନେଲ ନିର୍ବାହ କରିବ । ଅଟଳ ଟନେଲ ନାମରେ ନାମିତ ଏହି ଗୁରୁତ୍ୱପୂର୍ଣ୍ଣ ଟନେଲ ଦ୍ୱାରା ମନାଲୀରୁ ଲେହ ମଧ୍ୟରେ ୪୬ କିମି କମ ରହିବ । ସମୁଦ୍ର ପତ୍ତନଠାରୁ ୧୦ ହଜାର ଫୁଟ ଉଚ୍ଚରେ ନିର୍ମିତ ହେି ଟନେଲର ଲମ୍ବ ୯.୦୨ କିମି । ୨୦୧୦ ମସିହା ଜୁନ ୨୮ ତାରିଖରେ ଏହି ଟନେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ସାଢେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୩ ହଜାର ମିଟର ଉଚ୍ଚ ପାହାଡ ଉପରେ ନିର୍ମିତ ଏହି ଟନେଲ ଅତ୍ୟାଧୁନିକ ଜ୍ଞାନକୌଶଳରେ ଭରପୂର । ଟନେଲର ପ୍ରତି ୭୫ ମିଟର ବ୍ୟବଧାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି । ପ୍ରତି ୬୦ ମିଟରରେ ସିଟି କ୍ୟାମେରା ଲାଗିଥିବା ବେଳେ ୧୫୦ ମିଟର ବ୍ୟବଧାନରେ ରହିଛି ଏମାରଜେନ୍ସି ଫୋନ । ସମଗ୍ର ଟନେଲରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଲେହ ଓ ମନାଲୀ ମଧ୍ୟରେ ଯାତାୟତ ସୁଗମ ନଥିଲା । ବର୍ଷକୁ ପାଞ୍ଚମାସ ରାସ୍ତା ବନ୍ଦ ରହୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା